ମୁମ୍ବାଇ, ୨୪/୦୮ : ଭୟଙ୍କର ଅଗ୍ନିକାଣ୍ଡ । ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ଥିବା ଏକ ହସ୍ପିଟାଲରେ ଭୟଙ୍କର ନିଆଁ ଲାଗିଛି । ଏଥିରେ ତିନି ଜଣ ନବଜାତକ ପ୍ରାଣ ହରାଇଛନ୍ତି ।

ରିପୋର୍ଟ ଅନୁସାରେ, ଅମରାବତୀ ଜିଲ୍ଲାରେ ପ୍ରସୂତୀ ଏବଂ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଏକ ହସ୍ପିଟାଲରେ ନିଆଁ ଲାଗିଥିବା ଖବର ମିଳିଛି । ହସ୍ପିଟାଲର ଏନଆଇସିୟୁ ଓ୍ୱାର୍ଡରେ ଅଗ୍ନିକାଣ୍ଡ ଘଟିଛି । ହସ୍ପିଟାଲର ତୃତୀୟ ମହଲାରେ ଥିବା ଏହି ଓ୍ୱାର୍ଡ୍ ପ୍ରଥମେ ଜଳିଥିଲା । ସୋମବାର ଭୋର୍ ୩ଟା ୩୦ରେ ଏପରି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି ।

Also Read :- ଜୈଶ-ଏ-ମହମ୍ମଦ ପାଇଁ କୋଠା ତିଆରି କଲା ପାକିସ୍ତାନ : ଅପରେସନ ସିନ୍ଦୂର ବେଳେ ଧ୍ୱଂସ କରିଥିଲା ଭାରତ

କୁହାଯାଉଛି ଯେ, ପ୍ରଥମେ ଏନଆଇସିୟୁ ଓ୍ୱାର୍ଡରେ ଥିବା ଏକ ଭେଣ୍ଟିଲେଟରରେ ବିସ୍ଫୋରଣ ହୋଇଥିଲା । ଏଥିରୁ ନିଆଁ ବାହାରି ଚାରିଆଡେ ବ୍ୟାପି ଯାଇଥିଲା । ତୁରନ୍ତ ସେଠାରେ ଉପସ୍ଥିତ ଥିବା ଡାକ୍ତର, ନର୍ସ ଏବଂ ଅନ୍ୟ କର୍ମଚାରୀ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ଏହି ସମୟରେ ଓ୍ୱାର୍ଡରେ ପ୍ରାୟ ୩୯ ନବଜାତକ ଥିଲେ । ଧୂଆଁ ବ୍ୟାପିବା ପୂର୍ବରୁ ଅନେକ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । କିନ୍ତୁ ଏହାସତ୍ତ୍ୱେ ତିନି ଜଣ ପ୍ରାଣ ହରାଇଛନ୍ତି । ଏହାସହ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଅନ୍ୟ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।