ନୂଆଦିଲ୍ଲୀ, ୨୪/୦୮ : ଅପରେସନ ସିନ୍ଦୂରରେ ଧ୍ୱଂସ ହୋଇଥିବା ଆତଙ୍କୀ ଗୋଷ୍ଠୀ ଜୈଶ-ଏ-ମହମ୍ମଦର ମୁଖ୍ୟାଳୟକୁ ପୁନଃ ନିର୍ମାଣ କରାଯାଇଛି। ଭାରତୀୟ ବାୟୁସେନା ପାକିସ୍ତାନର ବହାବଳପୁରରେ ଥିବା ଏହି କୋଠାକୁ ନଷ୍ଟ କରିଦେଇଥିଲା। ରିପୋର୍ଟ ଅନୁସାରେ, ଏହାର ପୁନନିର୍ମାଣକୁ ୧୫ ମାସ ଲାଗିଛି।

ରିପୋର୍ଟରେ ଦାବି କରାଯାଇଛି ଯେ, ଏହି ମୁଖ୍ୟାଳୟ ମରକଜ୍ ଶୁଭାନ୍ ଅଲ୍ଲାହର କ୍ଷତିଗ୍ରସ୍ତ ହୋଇଥିବା ଗମ୍ବୁଜକୁ ପୁନଃ ବନାଯାଇଛି। ସେଥିରେ ନୂଆ ମାର୍ବଲ ଲଗାଯିବା ସହ ସେଠାରେ ପ୍ଲାଷ୍ଟର କାମ ମଧ୍ୟ ହୋଇଛି। କାନ୍ଥରେ ନୂଆ ରଙ୍ଗ କରାଯାଇଛି। ପାଚେରି ସମେତ ସମ୍ପୂର୍ଣ କୋଠାର ପୂର୍ଣ୍ଣଭାବେ ମରାମତି ହୋଇଛି। ୨୦୨୫ ମେ’ ୬-୭ ରାତିରେ ଭାରତ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂରରେ ଏହା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା । ଜୈଶର ଏହି କୋଠା ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିଲା।

Also Read :- ଭାରତ ଉପରେ ଆକ୍ରମଣ କରିବ କି ପାକିସ୍ତାନ ? ଲୁଚି ଲୁଚି କରୁଛି ଯୁଦ୍ଧ ତୟାରି, ରାତିରେ ପଠାଉଛି ଡ୍ରୋନ୍ ଏବଂ ମିସାଇଲ !

୨୦୨୫ ଏପ୍ରିଲ ୨୨ରେ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିବା ପରେ ଭାରତ ଏହାର ଜବାବରେ ପାକିସ୍ତାନରେ ଥିବା ଏହି ଆତଙ୍କୀ ଗୋଷ୍ଠୀର ଆଡ୍ଡାକୁ ଟାର୍ଗେଟ କରିଥିଲା। ରିପୋର୍ଟ ମୁତାବକ, ଏହାର ମରାମତିରେ ପ୍ରାୟ ୨୫ କୋଟି ପାକିସ୍ତାନୀ ଟଙ୍କା ଖର୍ଚ୍ଚ ହୋଇଛି। ସେଥିରୁ ପାକିସ୍ତାନ ସରକାର ପ୍ରାୟ ୮ କୋଟି ଟଙ୍କା ଦେଇଥିବା ଜଣାଯାଇଛି। ଏହି ମୁଖ୍ୟାଳୟ ଭାରତର ସୀମାଠାରୁ ପ୍ରାୟ ୧୦୦ କିମି ଦୂରରେ ଅଛି। ଏଠାରେ ଜୈଶ ନୂଆ ଆତଙ୍କୀ ଭର୍ତ୍ତି କରିବା ଏବଂ ସେମାନଙ୍କୁ ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଟ୍ରେନିଂ ପ୍ରଦାନ କରାଯାଏ ।