ମୁମ୍ବାଇ: ଟେଲିଭିଜନର ସବୁଠାରୁ ଲୋକପ୍ରିୟ ତଥା ଚର୍ଚ୍ଚିତ ଗେମ୍ ଶୋ’ ‘କୌନ୍ ବନେଗା କରୋଡ଼ପତି’ (KBC) ଏବଂ ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଛନଙ୍କ ବନ୍ଧନ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟର। ମାତ୍ର ବର୍ତ୍ତମାନ କେବିସି-୧୮ ଚାଲୁଥିବା ସମୟରେ, ଅମିତାଭ ଶୋ’ରୁ ଅବସର ନେବାକୁ ଯାଉଛନ୍ତି ଏବଂ କଷ୍ଟ ଓ ଯନ୍ତ୍ରଣା ହେତୁ ସନ୍ନ୍ୟାସ ନେବାକୁ ଚାହୁଁଛନ୍ତି ବୋଲି ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।

କାହିଁକି ଉଠିଲା ଅବସର ନେବାର ଗୁଜବ ?

ସୂଚନା ଅନୁଯାୟୀ, ଶୋ’ ସୁଟିଂ ସମୟରେ ଅମିତାଭ ବଚ୍ଚନ ଅନେକ ସମୟରେ ନିଜର ଶାରୀରିକ କଷ୍ଟ, ବୟସାଧିକ୍ୟ ଏବଂ ଦୀର୍ଘ ସମୟ ଛିଡ଼ା ହୋଇ କାମ କରିବାରେ ହେଉଥିବା ଅସୁବିଧା ବାବଦରେ ଭାବପ୍ରବଣ ହୋଇ କଥା ହୋଇଥାନ୍ତି। ଅତୀତରେ ମଧ୍ୟ କିଛି ଆଞ୍ଚଳିକ ଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେ କେବିସି ଛାଡ଼ିବାକୁ ଚିନ୍ତା କରୁଥିବା ଏବଂ ମେକର୍ସଙ୍କୁ ବିକଳ୍ପ ଖୋଜିବାକୁ କହିଥିବା ନେଇ ଗୁଜବ ପ୍ରଚାରିତ ହୋଇଥିଲା। ତେବେ ଚଳିତ ସିଜନରେ ମଧ୍ୟ ସେହିପରି ଦାବି କରି କିଛି ଖବର ଭାଇରାଲ ହେବାରେ ଲାଗିଛି।

Also Read: ‘ଦୃଶ୍ୟମ ୩’ ହେବ ଶେଷ ଭାଗ: ମୋହନଲାଲଙ୍କ ଫିଲ୍ମଠାରୁ କାହିଁକି ଅଲଗା ହେବ ଅଜୟଙ୍କ 'ଦୃଶ୍ୟମ’ର କ୍ଲାଇମେକ୍ସ ?

କ’ଣ ରହିଛି ସସପେନ୍ସର ସତ୍ୟତା ?

ଇଣ୍ଡଷ୍ଟ୍ରି ସୂତ୍ର ଏବଂ ପ୍ରୋଡ୍ୟୁସରଙ୍କ ପକ୍ଷରୁ ମିଳିଥିବା ସ୍ପଷ୍ଟୀକରଣ ଅନୁଯାୟୀ, ଅମିତାଭ ବଚ୍ଚନ କେବିସି ଛାଡ଼ିବା ନେଇ ଚାଲିଥିବା ଖବର ସମ୍ପୂର୍ଣ୍ଣ ଆଶଙ୍କା ଓ ଗୁଜବ ଅଟେ। 'କୌନ୍ ବନେଗା କରୋଡ଼ପତି' ଶୋ’ର ପରିଚୟ ସ୍ୱୟଂ ବିଗ୍-ବି। ସେ ବୟସ ଓ ଶାରୀରିକ ଅସୁସ୍ଥତା ସତ୍ତ୍ୱେ ସମ୍ପୂର୍ଣ୍ଣ ନିଷ୍ଠାର ସହ ସୁଟିଂ ଜାରି ରଖିଛନ୍ତି। ନିକଟରେ ସୁଟିଂ ସେଟରେ ସେ ଦେଇଥିବା କିଛି ବ୍ୟକ୍ତିଗତ ମନ୍ତବ୍ୟକୁ ଭୁଲ୍ ଭାବେ ବ୍ୟାଖ୍ୟା କରାଯାଇ ଏପରି ଗୁଜବ ସୃଷ୍ଟି କରାଯାଇଛି।

ଦର୍ଶକଙ୍କ ସହ ନିବିଡ଼ ସମ୍ପର୍କ

୮୦ ବର୍ଷରୁ ଅଧିକ ବୟସରେ ମଧ୍ୟ ଅମିତାଭଙ୍କ ସାମର୍ଥ୍ୟ ଏବଂ କଣ୍ଠସ୍ୱର ଦର୍ଶକଙ୍କୁ ବାନ୍ଧି ରଖିଥାଏ। ସୋସିଆଲ ମିଡିଆରେ ସେ ନିଜ ପ୍ରଶଂସକଙ୍କୁ ସଦାସର୍ବଦା କୃତଜ୍ଞତା ଜଣାଇ ଆସିଛନ୍ତି। ସୋସିଆଲ ମିଡିଆରେ ସଲମାନ ଖାନ୍ କିମ୍ବା ଶାହରୁଖ ଖାନ୍ ତାଙ୍କ ସ୍ଥାନ ନେବେ ବୋଲି ଯେଉଁ କଳ୍ପନାଜଳ୍ପନା ଚାଲିଛି, ତାହା କେବଳ ଏକ ଗୁଜବ ଏବଂ ଅମିତାଭ କେବିସିର ମୁଖ୍ୟ ଆଙ୍କର ଭାବେ ନିଜର ଯାତ୍ରା ଅବ୍ୟାହତ ରଖିଛନ୍ତି।

Also Read: ପଞ୍ଜାବୀ ସିଙ୍ଗର ଆମି ଭିର୍କଙ୍କ ଉପରେ ହମଲା, ରୋଲ୍ସ ରଏସ୍ ଗାଡିକୁ ୭ ରାଉଣ୍ଡ ଗୁଳି ମାଡ