ସମ୍ବଲପୁର ୧୦।୨: ସମ୍ବଲପୁର ଡିଏଚଏଚରେ ରୋଗୀଙ୍କ ଜୀବନ ସହ ସାଙ୍ଘାତିକ ଖେଳ ଅଭିଯୋଗ । ପ୍ରସବ ସର୍ଜରୀ ପରେ ପେଟରେ ଡାକ୍ତର ଛାଡିଦେଲେ କପଡା । ୮ ଦିନ ବ୍ୟବଧାନରେ ପ୍ରସୂତିଙ୍କ ପେଟରୁ ବାହାରିଲା ଦୁଇଟି କପଡା । ଗୋଟିଏ କପଡା ପ୍ରସୂତିଙ୍କ ଘରେ ବାହାରିଥିବା ବେଳେ ଅନ୍ୟ କପଡାଟି ସୋମବାର ମେଡିକାଲରେ ବାହାରିଛି । ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟର ଜଣେ ମହିଳା ପ୍ରସୂତି ଡାକ୍ତରଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ଦୁଇ ମାସ ଧରି ପେଟ ଯନ୍ତ୍ରଣାରେ ଘାଣ୍ଟି ହୋଇ ମହିଳା ଜଣକ ବହୁ କଷ୍ଟ ପାଇବା ପରେ ମଙ୍ଗଳବାର DHHକୁ ଆଡମିଟ୍ ପାଇଁ ଆସି ନିରାଶ ହୋଇଛନ୍ତି ।

ଏ ଖବର ବି ପଢ଼ନ୍ତୁ:- କେନ୍ଦ୍ର ଚାଉଳ ଉଠାଉନଥିବାରୁ ଧାନ ଉଠାରେ ବିଳମ୍ବ ହେଉଛି, ପ୍ରତିଶ୍ରୁତି ପରେ ଧାନ ଉଠାଣ ଜାରି ରହିବ

ସୂଚନାଯୋଗ୍ୟ ଯେ, ଗତ ୨୪ ସେପ୍ଟେମ୍ବରରେ DHHରେ ସିଜରିଆନ ଜରିଆରେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ହେଲେ ଦେଢ଼ ମାସ ପରେ ଅସହ୍ୟ ଯନ୍ତ୍ରଣା ହେବାରୁ ସମ୍ପୃକ୍ତ ଡାକ୍ତର ପାଖକୁ ଆସିଥିଲେ l ତେବେ ସେ ଏହା ସ୍ତ୍ରୀ ଓ ପ୍ରସୂତି ବିଭାଗ ସମ୍ବନ୍ଧୀୟ ନୁହଁ ଓ ଅନ୍ୟତ୍ର ଦେଖାଇବାକୁ ପରାମର୍ଶ ଦେଇଥିଲେ । ପରେ ସେ ଅଲଟ୍ରାସାଉଣ୍ଡ କରିବା ପରେ ଶରୀରରେ କିଛି ବସ୍ତୁ ଥିବା ଜାଣିବାକୁ ପାଇଥିଲେ । ହେଲେ ଡାକ୍ତର ତାକୁ ଠିକ୍ ସେ ଅନୁଧ୍ୟାନ ନକରି ସର୍ଜରୀରେ ଦେଖାଇବାକୁ କହିବା ପରେ ସେ ପୁଣି ଅନ୍ୟ ଡାକ୍ତର ଦେଖାଇ ଥିଲେ ବି ଉପଶମ ହେଲେ ନାହିଁ । ଶେଷରେ ମଳ ଯୋଗେ ୮ ଦିନ ବ୍ୟବଧାନରେ ୨ଟି କପଡା ବାହାରିଛି ।

ଏ ଖବର ବି ପଢ଼ନ୍ତୁ:- ବ୍ରହ୍ମପୁର ମେଡିକାଲରେ ବିକ୍ରମ ପଣ୍ଡା ଏବଂ ମଦନ ଦଳେଇ ଭର୍ତ୍ତି, ପୀତବାସ ପଣ୍ଡା ହତ୍ୟା ମାମଲାରେ ଅଛନ୍ତି ଜେଲ୍‌ରେ

ସେପଟେ ଘଟଣାକୁ ନେଇ ପ୍ରସୂତୀ ଓ ତାଙ୍କ ପରିବାର ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ସିଡିଏମଓଙ୍କୁ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗ ପରେ ଘଟଣାର ତଦନ୍ତ କରାଯିବ ବୋଲି ସିଡିଏମଓ ପ୍ରତିକ୍ରିୟା ରଖିବା ସହ ମଳଦ୍ବାର ଦେଇ ପେଟରେ ଛଡ଼ାଯାଇଥିବା କପଡା ବାହାରିବା ଅସମ୍ଭବ ବୋଲି କହିଛନ୍ତି । ତଥାପି କେମିତି କପଡା ବାହାରିଲା ତାର ତଦନ୍ତ ହେବ ଓ ୭ ଦିନ ମଧ୍ୟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ଦୁଇଥର କପଡା ବାହାରିବା ପରେ ମଧ୍ୟ ମହିଳାଙ୍କୁ ଉଚିତ୍ ଚିକିତ୍ସା ମିଳିନଥିବା ଅଭିଯୋଗ ହୋଇଛି ।