ବରଗଡ଼ ୩।୧୦: ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ମୃତ୍ୟୁ । ମୃତ ଶ୍ରମିକ ହେଲେ ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡାର କମଲ ମହାନନ୍ଦ l ପରିବାର ଚଳାଇବା ପାଇଁ ତାମିଲନାଡୁର ଏକ କମ୍ପାନୀକୁ ଦାଦନ ଖଟିବାକୁ ଯାଇଥିଲେ । ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସେଠାରେ କାମ କରୁଥିବା କିଛି ଯୁବକ କମଲଙ୍କ ପରିବାରକୁ ଫୋନ୍ କରିଥିଲେ l ହେଲେ ଏବେ କମଲଙ୍କ ଶବ ଫେରିବା ପାଇଁ ଅର୍ଥ ସାଜିଛି ବାଧକ l

Also Read:- ଶ୍ରୀକ୍ଷେତ୍ରର ସବୁ ଶକ୍ତିପୀଠରେ ଷୋଳପୂଜା ଆରମ୍ଭ, ରାଜଗୁରୁ କଲେ ଆଚାର୍ଯ୍ୟ ବରଣ

କମ୍ପାନୀ ପକ୍ଷରୁ ଶବ ପଠାଇବାକୁ ୨ ଲକ୍ଷ ଟଙ୍କା ପଠାଇବାକୁ କୁହାଯାଇଥିବାରୁ ଏବେ ଚିନ୍ତାରେ ପରିବାର ଲୋକେ l ଗରିବ ପରିବାର ଶବ ଫେରାଇ ଆଣିବା ପାଇଁ ଏତେ ଟଙ୍କା କେଉଁଠୁ ଆଣିବେ ସେହି ଚିନ୍ତାରେ ଅଛନ୍ତି l ଶବ ଫେରାଇ ଆଣିବାକୁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ମୃତ ଶ୍ରମିକଙ୍କ ପରିବାର l ଏହି ଘଟଣାକୁ ନେଇ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିନଥିଲା ମଧ୍ୟ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍ କହିଛନ୍ତି ଆମେ ଶ୍ରମ ବିଭାଗ ସହ କଥାବାର୍ତ୍ତା ହୋଇଛୁ l ଶବ କିଭଳି ଭାବେ ଫେରିପାରିବ ସେନେଇ କଥାବାର୍ତ୍ତା ଚାଲିଛି l