ଛତ୍ରପତି ସମ୍ଭାଜୀନଗର: ଜନ୍ତର ମନ୍ତର ଆନ୍ଦୋଳନରୁ ଚର୍ଚ୍ଚାକୁ ଆସିଥିବା ଅଭିଜିତ ଦୀପକେ ଏବେ ଦୀପାବଳି ଶୁଭକାମନାକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡଲରେ କରିଥିବା ପୋଷ୍ଟରେ ‘ଏକ କଳହ ମୁକ୍ତ ଦୀପାବଳି’ର ଶୁଭକାମନା ଜଣାଇଛନ୍ତି। ଅଭିଜିତ ଦୀପକେ ତାଙ୍କ ଦୀପାବଳି ଶୁଭକାମନାରେ ଲେଖିଛନ୍ତି ‘ଆପଣ ସମସ୍ତଙ୍କୁ କ୍ଳେଶ ମୁକ୍ତ ଦୀପାବଳିର ଶୁଭକାମନା’। ଏହି ଶବ୍ଦ ଉପଯୋଗ କରି ସେ ସରକାରଙ୍କ ଉପରେ କଟାକ୍ଷ କରିଛନ୍ତି। ଗତ ଦିନରେ ସେ ଆନ୍ଦୋଳନକୁ ନେଇ ଲଗାତାର ଚର୍ଚ୍ଚାରେ ରହୁଥିଲେ।

ଅଭିଜିତ ଦୀପକେ ଗତ ଦିନମାନଙ୍କରେ ନିର୍ବାଚନ ଆୟୋଗରେ ବ୍ୟାପ୍ତ ଗଡବଡି ଓ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ। ଦିଲ୍ଲୀରେ ଆନ୍ଦୋଳନରେ ଯୋଗ ଦେବା ବେଳେ ଦିଲ୍ଲୀ ପୋଲିସ ଦୀପକେ ଓ ତାଙ୍କ ସହଯୋଗୀଙ୍କୁ ବିମାନରୁ ଗିରଫ କରିନେଇଥିଲା। ପରେ ସେମାନେ ଜାମିନରେ ମୁକୁଳିଛନ୍ତି। ଅଭିଜିତ ଦୀପକେ ସିଜେପି ବ୍ୟାନରରେ କେରଳର କୋଚ୍ଚିରେ ଏସଆଇଆର ତ୍ରୁଟିକୁ ନେଇ ସିଇସି ଜ୍ଞାନେଶ କୁମାରଙ୍କ ବିପକ୍ଷରେ ବିରୋଧ ପ୍ରଦର୍ଶନ କରିଥିଲେ। ଏହି ଆନ୍ଦୋଳନ କାଳରେ ସେ ତାଙ୍କ ଉପରେ ଓ ତାଙ୍କ ସାଥୀମାନଙ୍କ ଉପରେ ହେଉଥିବା ଲଗାତାର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦି ଓ ବିଜେପି ସରକାରର କଡ଼ା ସମାଲୋଚନା କରିଥିଲେ।

ଏବେବି ଅଭିଜିତ ଦୀପକେ ଓ ତାଙ୍କ ସାଥୀମାନେ ଲଗାତାର କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରୁଛନ୍ତି। ଏଥିରେ ସେମାନଙ୍କୁ ଦେଶର ଯୁବ ବର୍ଗଙ୍କ ଭରପୁର ସମର୍ଥନ ମଧ୍ୟ ମିଳୁଛି। ଗତ ଜୁଲାଇରେ ନିଟ୍ ଆନ୍ଦୋଳନ କାଳରେ ତତ୍କାଳୀନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ସିଜେପି ନିଜର ବଡ଼ ବିଜୟ ବିବେଚନା କରୁଛି। ଏବେ ତାଙ୍କ ସଙ୍ଗଠନ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ନେଇ ଅଡି ଯାଇଛି। ଲଗାତାର ମିଳୁଥିବା ଧମକ ଓ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଅଭିଜିତ ‘କଳହମୁକ୍ତ ଦୀପାଭଳି’ ଭଳି ଶବ୍ଦ ଉପଯୋଗ କରି ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି।