ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୭ ପାଇଁ ଏବେଠୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(BCCI) ଏବଂ IPL ଫ୍ରାଞ୍ଚାଇଜଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଆଗାମୀ ସଂସ୍କରଣ ପାଇଁ ମିନି ନିଲାମର ତାରିଖ ମଧ୍ୟ ଘୋଷଣା ହୋଇ ସାରିଛି। ଅନେକ ଫ୍ରାଞ୍ଚାଇଜ ଅଧିନାୟକ ସନ୍ଧାନରେ ଥିବା ବେଳେ ଆଉ କିଛି ଫ୍ରାଞ୍ଚାଇଜ ନିଜ ଦଳର ସଂଯୋଜନା ପାଇଁ ସେହି ଅନୁରୂପ ଖେଳାଳିଙ୍କୁ ସାମିଲ୍ କରିବାକୁ ଚାହୁଁଛନ୍ତି।

ମିନି ନିଲାମ ପୂର୍ବରୁ ସମସ୍ତ ଦଳକୁ ରିଟେନ୍ ଏବଂ ରିଲିଜ୍ ଖେଳାଳିଙ୍କ ତାଲିକା ଆଇପିଏଲ ଗଭର୍ଣ୍ଣିଂ ପରିଷଦକୁ ପଠାଇବାକୁ ପଡ଼ିବ। ରିଟେସନ ନିୟମ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାରତର ପୂର୍ବତନ ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ଦାବି କରିଛନ୍ତି ଯେ, ହାର୍ଦ୍ଦିକଙ୍କ ଚେନ୍ନାଇ ସୁପର କିଙ୍ଗ୍ସ(CSK) ଯିବାର ଆଶା ବହୁତ କମ ରହିଛି। ହେଲେ ରାଜସ୍ଥାନ ରୟାଲ୍ସ(RR) ଏହି ଷ୍ଟାର ଖେଳାଳିଙ୍କୁ ନିଜ ଟିମରେ ସାମିଲ୍ କରିବା ଦୌଡ଼ରେ ସବୁଠୁ ଆଗରେ ରହିଛି।

Also Read: ପ୍ରତ୍ୟାବର୍ତ୍ତନରେ ବିଫଳ ଶୁଭମନ ଗିଲ୍, ଛତିଶଗଡ଼ ବିପକ୍ଷରେ ମାତ୍ର ୧ ରନ୍ କରି ହେଲେ ବୋଲ୍ଡ

ହାର୍ଦ୍ଦିକଙ୍କୁ ଚାହୁଁଛନ୍ତି କି ଧୋନି ?

ନିଜର ୟୁଟ୍ୟୁବ ଚ୍ୟାନେଲରେ ଆଲୋଚନା କରି ଅଶ୍ଵିନ ସେହି କଳ୍ପନା ଜଳ୍ପନା ଉପରେ ବିରାମ ଲଗାଇଛନ୍ତି, ଯେଉଁଥିରେ କୁହାଯାଉଥିଲା ଯେ, ମହେନ୍ଦ୍ର ସିଂ ଧୋନି ବ୍ୟକ୍ତିଗତ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସିଏସକେରେ ସାମିଲ୍ କରିବାକୁ ଚାହୁଁଛନ୍ତି। ଅଶ୍ଵିନ ସ୍ପଷ୍ଟ କରିଛନ୍ତି ଯେ, ଏହି ଖବରରେ କୌଣସି ସତ୍ୟତା ନାହିଁ। କେବଳ ଏହାକୁ ନେଇ କାହାଣୀ ତିଆରି କରାଯାଉଛି।

ଏହା ପଛରେ ଆଉ ଏକ ବଡ଼ କାରଣ ଥିବା କୁହାଯାଉଛି। ୨୦୨୬ ସେପ୍ଟେମ୍ବରରେ ଜାହିର ଖାନଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ମୁମ୍ବାଇ ଇଣ୍ଡିଆନ୍ସରେ ଜାହିରଙ୍କ ନିଜର ପୁରୁଣା କାର୍ଯ୍ୟକାଳ ସମୟରେ ହାର୍ଦ୍ଦିକଙ୍କ ସହିତ ତାଙ୍କର ମତଭେଦ ଥିବା କୁହାଯାଇଥିଲା।ତେଣୁ ହାର୍ଦ୍ଦିକଙ୍କ ସିଏସକେରେ ସାମିଲ୍ ହେବା ଆଶା କମ ରହିଛି। ସେପଟେ ରାଜସ୍ଥାନ ରୟାଲ୍ସ ହାର୍ଦ୍ଦିକଙ୍କୁ ନେବା ପାଇଁ ବଡ଼ ଆଗ୍ରହୀ ରହିଛି। ଏହି ଦୌଡ଼ରେ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟ ରହିଛି। ଆଜିଙ୍କ୍ୟ ରାହାଣେ ସନ୍ନ୍ୟାସ ନେବା ପରେ ଦୁଇ ଥର ଚାମ୍ପିଅନ ଏହି ଟିମରେ ଅଧିନାୟକ ପଦ ଖାଲି ରହିଛି।

Also Read: ବୁମରାଙ୍କୁ ଯଦି ଖେଳିବାର ଅଛି ୨୦୨୭ ବିଶ୍ଵକପ୍, ମାନିବାକୁ ପଡ଼ିବ ରବି ଶାସ୍ତ୍ରୀଙ୍କ କଥା

ମୁମ୍ବାଇ ପାଇଁ ନିରାଶଜନକ ୨୦୨୬

ସୂଚନାଯୋଗ୍ୟ, ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ଵ ନେବା ପରଠୁ ମୁମ୍ବାଇରେ ସବୁ କିଛି ଠିକ୍ ଚାଲି ନାହିଁ। ସବୁଠୁ ବଡ଼ କଥା ପାଞ୍ଚ ଥର ଟାଇଟଲ୍ ଜିତାଇଥିବା ରୋହିତ ଶର୍ମାଙ୍କୁ ହଟାଇ ହାର୍ଦ୍ଦିକଙ୍କୁ ଅଧିନାୟକ କରାଯିବା ଏମଆଇ ଫ୍ରାଞ୍ଚାଇଜରେ ସବୁଠୁ ବଡ଼ ବିବାଦର କାରଣ ପାଲଟିଥିଲା। ପୁଣି ହାର୍ଦ୍ଦିକଙ୍କ ନେତୃତ୍ଵରେ ମୁମ୍ବାଇର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ୨୦୨୬ ସଂସ୍କରଣରେ ଦଳ ୧୪ଟି ମ୍ୟାଚରୁ ମାତ୍ର ୪ଟି ଜିତି ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଥିଲା। ଖୋଦ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ମଧ୍ୟ ନିରାଶଜନକ ଥିଲା। ସେ ୧୦ଟି ମ୍ୟାଚରେ ୧୩୮.୨୫ ଷ୍ଟ୍ରାଇକ ରେଟରେ କେବଳ ୨୦୬ ରନ କରିବା ସହ ବୋଲିଂରେ ୪ ଓ୍ଵିକେଟ୍ ନେଇଥିଲେ।