ବ୍ରହ୍ମପୁର: ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ରେଡ୍ ସମୟରେ ଜବତ ହେଲା ପୁଳା ପୁଳା ଗଞ୍ଜେଇ । ଏହା ସହ ଏଭଳି ବେଆଇନ ଗଞ୍ଜେଇ କାରବାରରେ ଲିପ୍ତ ଥିବା ଚାଲାଣକାରୀଙ୍କୁ ମଧ୍ୟ କାବୁ କରିଛି ଅବକାରୀ ପୋଲିସ । ବୁଧବାର ବ୍ରହ୍ମପୁର ସହରର ଦୁଇଟି ପୃଥକ୍ ପୃଥକ୍ ସ୍ଥାନରେ ଚଢ଼ଉ କରି ୧୬୦ କେଜି ଗଞ୍ଜେଇ ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ । ଗିରଫ ୪ ଜଣଙ୍କ ମଧ୍ୟରୁ ତିନିଜଣ କେରଳ ରାଜ୍ୟର ହୋଇଥିବା ବେଳେ ଜଣେ କନ୍ଧମାଳ ଜିଲ୍ଲାର ବୋଲି କହିଛନ୍ତି ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀ ।

ସୂଚନା ଅନୁସାରେ, ପ୍ରଥମ ଘଟଣାଟି ଫାର୍ଷ୍ଟ ଗେଟ୍ ଅଟୋନଗର ନିକଟରେ ଘଟିଥିବା ବେଳେ ଅନ୍ୟଟି ରତନପୁର ଅଞ୍ଚଳର । ତେବେ ଗଞ୍ଜେଇ ସହ ଦୁଇଟି କାର, ମୋଟରସାଇକେଲ, ମୋବାଇଲ୍ ଜବତ ହୋଇଥିବା ନେଇ ଅବକାରୀ ବିଭାଗ ଅଧିକାରୀ କହିଛନ୍ତି । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୩୭ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଗୁଇନ୍ଦା ବିଭାଗ ଡି ଏସପି ଶୃତିକାନ୍ତ ରାଉତ କହିଛନ୍ତି।

Also Read: ପିକ୍ଅପ୍‌ରୁ ବିପୁଳ କଫ୍ ସିରପ୍ ଜବତ, ଜଣକୁ ଗିରଫ କଲା ପୋଲିସ୍