ବରଗଡ଼: ଦୁର୍ଗାପୂଜା ପୂର୍ବରୁ ନିଶା କାରବାର ଉପରେ ବରଗଡ଼ ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ l ନିଶା କାରବାର ରୋକିବାକୁ ବରଗଡ ପୋଲିସର ଅଭିଯାନ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ଓ ଏକ୍ସାଇଜ୍ ରେଡ୍ ସହ ଏମ୍‌ଭି ଚେକିଂ ଜୋରଦାର କରାଯାଇଛି । ଏହାରି ମଧ୍ୟରେ ତୋରା ନାଗେନପାଲି ରାସ୍ତାରେ ଏକ ପିକଅପ ଭ୍ୟାନକୁ ଚଢ଼ଉ କରି ୩୧୫୬ ବୋତଲ କଫ ସିରପ୍ ଜବତ କରିବା ସହ କିଙ୍ଗପିନକୁ ଗିରଫ କରିଛି ଗ୍ରାମାଞ୍ଚଳ ଥାନା ପୋଲିସ । ଏହି ସବୁ କଫ୍ ସିରପକୁ ଭୁବନେଶ୍ୱରରୁ ବରଗଡ଼ ଅଣାଯାଉଥିଲା l

ବୋଲେରୋ ଗାଡ଼ି ସହ ୩୧୫୬ ବୋତଲ କଫ ସିରଫ, ୭୩୧.୨ ଗ୍ରାମ କୋଡ଼ିନ ଫସଫେଟ, ଗୋଟିଏ ମୋବାଇଲ ଫୋନ ଜବତ ହୋଇଛି l ଗିରଫ ବ୍ୟକ୍ତି ଜଣକ ସାହିଦ ହୁସେନ ଖାନ ବୋଲି ପୋଲିସ ସୂଚନା ଦେଇଛି l ତା’ନାଁରେ ପୂର୍ବରୁ ମଧ୍ୟ ମାମଲା ରହିଥିବା ବେଳେ, ଅନ୍ୟ ଜଣେ ସହଯୋଗୀକୁ ଖୋଜୁଛି ପୋଲିସ।

Also Read: ମାଲ୍ ପିଇ ଯୁବକ-ଯୁବତୀଙ୍କ ହାଇଡ୍ରାମା : ରାସ୍ତାରେ ଲୋକଙ୍କୁ ଖରାପ ଭାଷାରେ କଲେ ଗାଳି