ମୁମ୍ବାଇ :  ସାହାସ, ମନରେ ଇଚ୍ଛା ଶକ୍ତି ଓ ଭକ୍ତି ର ଏଠି ବିଜୟ ହୋଇଛି। ଏସବୁ ଦେଖିବାକୁ ମିଳିଛି  ମହାରାଷ୍ଟ୍ରର ଜଣେ ୭୩ ବର୍ଷୀୟ ବୃଦ୍ଧାଙ୍କ କ୍ଷେତ୍ରରେ। ତାଙ୍କ ସାହାସ ଏବଂ ଈଶ୍ୱରଙ୍କ ପ୍ରତି ଗଭୀର ବିଶ୍ୱାସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ଏମିତି କିଛି କରିଛନ୍ତି ଯୁବ ପିଢ଼ି ବି କରିବାକୁ ଭୟ କରିବେ। ସେ ବିନା କୌଣସି ସହାୟତାରେ ଉତ୍ତରାଖଣ୍ଡର ପବିତ୍ର କେଦାରନାଥ ମନ୍ଦିରକୁ କଷ୍ଟକର ଯାତ୍ରା ସମାପ୍ତ କରିଛନ୍ତି। ତା ପୁଣି ପାଦରେ ଚାଲି ଚାଲି। ଏତେ ଅଧିକ ବୟସ ଏବଂ କଷ୍ଟକର ରାସ୍ତା ସତ୍ତ୍ୱେ, ତାଙ୍କର ଆତ୍ମବିଶ୍ୱାସ ହିଁ ତାଙ୍କୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇଛି । ଅଧିକାଂଶ ଲୋକ ଏହି ସ୍ଥାନରେ ପହଞ୍ଚିବାକୁ ଘୋଡା, ପାଲିଙ୍କି କିମ୍ବା ହେଲିକପ୍ଟର ବ୍ୟବହାର କରୁଥିବା ବେଳେ, ଏହି ବୃଦ୍ଧା ଜଣକ କେବଳ ତାଙ୍କର  ନିଷ୍ଠା ଏବଂ ବିଶ୍ୱାସ ବଳରେ ଏହି ଚ୍ୟାଲେଞ୍ଜକୁ ପୂରା କରିଛନ୍ତି।  ନିଜ  ଯାତ୍ରା ସମୟରେ, ସେ "ହର ହର ମହାଦେବ" ଏବଂ "ଜୟ ଶିବାଜୀ, ଜୟ ଭବାନୀ"  ଙ୍କୁ ସ୍ମରଣ କରିଥିଲେ।  ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଖୁବ୍  ଭାଇରାଲ ହେଉଛି, ଏବଂ ଲୋକମାନେ ତାଙ୍କ ସାହସକୁ ସଲାମ କରୁଛନ୍ତି। ଏହି କାହାଣୀ ପ୍ରମାଣିତ କରେ ଯେ ବୟସ କେବେବି ଜଣଙ୍କର ଆଗ୍ରହ ଏବଂ ବିଶ୍ୱାସ ପାଇଁ ପ୍ରତିବନ୍ଧକ ହୋଇପାରେ ନାହିଁ।

 
 
 
 
 
 
 
 
 
 
 
 
 
 
 

A post shared by PIYUSH RAI (@piyushhhrai)

ମହାରାଷ୍ଟ୍ରର ଜଣେ ୭୩ ବର୍ଷୀୟ ମହିଳା। ସ୍ନେହରେ ସମସ୍ତେ "ଆଜି" କୁହନ୍ତି। ତାଙ୍କର ସାହସ ଏବଂ ଭକ୍ତି ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେ ଉତ୍ତରାଖଣ୍ଡର ପବିତ୍ର କେଦାରନାଥ ମନ୍ଦିରରେ ଯେଉଁଭଳି ଭାବରେ କଷ୍ଟକର ଯାତ୍ରା ସମାପ୍ତ କରିଛନ୍ତି ତାହା ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। କେଦାରନାଥରେ ପହଞ୍ଚିବା ପାଇଁ 22 କିଲୋମିଟର ଅତି କଷ୍ଟକର ରାସ୍ତା ପାହା ଚଢ଼ି ପହଞ୍ଚିବାକୁ ପଡ଼ିଥାଏ। ସମୁଦ୍ର ପତ୍ତନଠାରୁ ପ୍ରାୟ 11,500 ଫୁଟ ଉଚ୍ଚତାରେ ଏହା ଅବସ୍ଥିତ। ଥଣ୍ଡା ପାଗକୁ ଖଣ୍ଡିଆ ଥାବରା ରାସ୍ତା ଏହି ଯାତ୍ରାକୁ ଆହୁରି ଚ୍ୟାଲେଞ୍ଜିଂ କରିଥାଏ। ସାଧାରଣତଃ, ଅଧିକାଂଶ ତୀର୍ଥଯାତ୍ରୀ, ବିଶେଷକରି ବୃଦ୍ଧ, ଏହି ଯାତ୍ରା ସମାପ୍ତ କରିବା ପାଇଁ ଘୋଡା, ପାଲିଙ୍କି କିମ୍ବା ହେଲିକପ୍ଟର ଉପରେ ନିର୍ଭର କରନ୍ତି। କିନ୍ତୁ ଜେଜେମା, କାହାରି ସାହାଯ୍ୟ ନ ନେଇ ସାହସ ଏବଂ ବିଶ୍ୱାସ ଉପରେ ନିର୍ଭର କରି ସମଗ୍ର ଯାତ୍ରା ପାଦରେ ଶେଷ କରିଛନ୍ତି। ତାଙ୍କର ସଫଳ ଯାତ୍ରା  କେବଳ ଶାରୀରିକ ଶକ୍ତି ନୁହେଁ ବରଂ ମାନସିକ ଦୃଢ଼ତା ଏବଂ ଗଭୀର ବିଶ୍ୱାସର ପ୍ରତୀକ ଥିଲା। ଯାତ୍ରା ସମୟରେ ଅନେକ ପର୍ଯ୍ୟଟକ ତକି ଯାଇଥିଲେ ବି ସେ କିନ୍ତୁ  ହାର ମାନି ନଥିଲେ।

ଯେତେବେଳେ ଜଣେ ଯାତ୍ରୀ ତାଙ୍କୁ ପଚାରିଲେ ଯେ ତାଙ୍କୁ କୌଣସି ସାହାଯ୍ୟର ଆବଶ୍ୟକତା ଅଛି କି, ସେ ହସି ମନା କରିଦେଲେ, ବିନା ଅଟକି ଆଗକୁ ବଢ଼ିଲେ। ତାଙ୍କ ମୁହଁରେ କ୍ଳାନ୍ତି ଅପେକ୍ଷା ଆତ୍ମବିଶ୍ୱାସ ଏବଂ ସନ୍ତୋଷ ପ୍ରତିଫଳିତ ହେଉଥିଲା। ସାରା ଯାତ୍ରା ସମୟରେ, ସେ "ଜୟ ଶିବାଜୀ," "ଜୟ ଭବାନୀ," ଏବଂ "ହର ହର ମହାଦେବ" ଜପ କରିଥିଲେ, ଯାହା ତାଙ୍କର ମନୋବଳ କୁ ବଢ଼ାଇଥିଲା। ତାଙ୍କ ଯାତ୍ରାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ୟୁଜର  ନିଜ ପ୍ରତିକ୍ରିୟାରେ ଏହାକୁ  ପ୍ରେରଣା ଏବଂ ସାହସର ପ୍ରକୃତ ଉଦାହରଣ ବୋଲି କହୁଛନ୍ତି। ଏହି କାହାଣୀ ଆମକୁ ଶିକ୍ଷା ଦିଏ ଯେ ଯଦି ଜଣେ ବ୍ୟକ୍ତି କିଛି କରିବାକୁ ଇଚ୍ଛା ରଖେ, ଆଉ ମନୋବଳ ବୃଢ଼ ରଖେ ତେବେ କୌଣସି ଲକ୍ଷ୍ୟ କଷ୍ଟକର ନୁହେଁ।