ନୂଆଦିଲ୍ଲୀ: ଆମେରିକା ସେୟାର ବଜାରରେ ବଡ ହଲଚଲ । ଆମେରିକାର ସେୟାର ମାର୍କେଟରେ ରେକର୍ଡ ହ୍ରାସ । ଗତ ୬ ବର୍ଷରେ ଆମେରିକାର ସେୟାର ମାର୍କେଟ ଏତେ ତଳକୁ ଖସିନଥିଲା ଯାହା ଏବେ ହୋଇଛି । ଏଆଇ ଫୋଟକା ଫାଟିବା ପରେ ବଜାରରେ ଅସ୍ଥିରତା ସୃଷ୍ଟି ହୋଇଛି । ଏଆଇର ସେୟାର ବଜାର ମୂଲ୍ୟ ହ୍ରାସ ପାଇଁ ଆମେରିକା ସେୟାର ବଜାରରେ ୬ ଟ୍ରିଲିୟନ ଡଲାର ହ୍ରାସ ପାଇଛି । ଯାହାର ମୂଲ୍ୟ ଭାରତୀୟ କରେନସିରେ ୫୬୦ ଲକ୍ଷ କୋଟି ଟଙ୍କା ହେବ ।

ଏତେବଡ କ୍ଷତି କୁ ନେଇ ଚିନ୍ତାରେ ନିବେଶକ । ଏଆଇ କମ୍ପାନୀ ଆନ୍ଥ୍ରୋପିକର ଆଇପିଓ ବଜାରରେ ଖୁସି ଆଣିବ ବୋଲି ସମସ୍ତେ ଭାବୁଥିଲେ । କିନ୍ତୁ ଏହା ସେୟାର ବଜାରରେ ଲିଷ୍ଟିଙ୍ଗ ହେବାପରେ ସେୟାର ଦର ଅଧିକ ଖସିବା କାରଣରୁ ଚିନ୍ତାରେ ପଡିଯାଇଛନ୍ତି ନିବେଶକାରୀ। ମାର୍କେଟରେ ଏତେ ବଡ ହଲଚଲ ପଛରେ ଏଆଇ ନେଇ ନିବେଶକଙ୍କ ମାନସିକତାରେ ପରିବର୍ତ୍ତନ କୁହାଯାଉଛି ।

ନିବେଶକଙ୍କ ମତରେ ଏଆଇ ରେ କମ୍ଫାନୀ ମାନଙ୍କର ଅତ୍ୟଧିକ ଖର୍ଚ୍ଚ, ଡାଟା ସେଣ୍ଟର ନିର୍ମାଣରେ ଧିମା ଗତି, ଏବଂ ଏହି ସେକ୍ଟରରେ ନିବେଶ ପାଇଁ ପୁଞ୍ଜିର ଅଭାବ ଯୋଗୁଁ ଏଆଇ ସେୟାରମାର୍କେଟ ଉପରେ ପ୍ରଭାବ ପଡିଛି । ଏହାସହ ଏଆଇକୁ ନେଇ ନିବେଶକଙ୍କ ମନରେ ଭୟ ସୃଷ୍ଟି ହେବାକାରଣରୁ ସେମାନେ ଏବେ ସୁରକ୍ଷିତ ନିବେଶ ଦିଗକୁ ଆଗଉଛନ୍ତି । ଏହି କାରଣରୁ ଅନେକ ନିବେଶକ ଏବେ ଆମେରିକା ବଜାର ଛାଡି ଭାରତ ଭଳି ବଜାର ଆଡେ ମୁହାଁଇଲେଣି । ଯାହାଫଳରେ ଆମେରିକାର ସେୟାର ବଜାରର ସେଣିମେଣ୍ଟ ବିଗିଡି ଯାଇଥିବା କୁହାଯାଉଛି।

ଏହି ହ୍ରାସ ପଛରେ ଏଆଇ କ୍ଷେତ୍ରରେ ଘଟୁଥିବା ବିଭିନ୍ନ ଘଟଣାକ୍ରମକୁ ଦାୟୀ କରାଯାଉଛି। ଏଆଇ ପ୍ରତି ନିବେଶକଙ୍କ ମନୋଭାବ ବଦଳୁଛି; କାରଣ ଏଆଇ କ୍ଷେତ୍ରରେ କର୍ପୋରେଟ୍ ସଂସ୍ଥାଗୁଡ଼ିକର ଅତ୍ୟଧିକ ଖର୍ଚ୍ଚ, ଡାଟା ସେଣ୍ଟର ନିର୍ମାଣରେ ବିଳମ୍ବ ଏବଂ ଏହି କ୍ଷେତ୍ର ପାଇଁ ପାଣ୍ଠି ଯୋଗାଣ କଠୋର ହେବା ଭଳି କାରଣଗୁଡ଼ିକ ଟେକ୍ କମ୍ପାନୀଗୁଡ଼ିକର ଆୟ ସମ୍ବନ୍ଧୀୟ ଆଶାକୁ କମାଇ ଦେଇପାରେ ବୋଲି ଆଶଙ୍କା କରାଯାଉଛି।