ବ୍ରହ୍ମପୁର/ଗଜପତି ୨୯।୧୦ : ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଲାଗି ରହିଛି ପ୍ରବଳ ବର୍ଷା l ବର୍ଷା ପ୍ରଭାବରେ ଋଷିକୂଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ପାଉଛି I ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଋଷିକୁଲ୍ୟା । ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଆସିକା ସହର ଭିତରେ ପାଣି ପଶିବା ଆଶଙ୍କା ରହିଛି । ଅର୍ଣ୍ଣବ ପ୍ରଭାବରେ ରାତି ତମାମ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଚାଷ ଜମି ଗୁଡ଼ିକରେ ଲହଡି ଭାଙ୍ଗୁଛି ପାଣି l ଧାନ ଓ ପନପରିବା ଫସଲ ପାଣି ଘେରରେ ରହି ଥିବାରୁ ଫସଲ ସବୁ ପଚି ନଷ୍ଟ ହେବା ଆଶଙ୍କା ରହିଛି l

ବାତ୍ୟା ଓ ବନ୍ୟାକୁ ଦୃଷ୍ଟିରେ ରଖି ଆସିକା ପୌରାଞ୍ଚଳ ଓ ବିଭିନ୍ନ ପଞ୍ଚାୟତରେ ଥିବା ବାତ୍ୟା ଆଶ୍ରୟସ୍ଥଳୀକୁ ୨୦୦ ରୁ ଉର୍ଦ୍ଧ୍ୱ ଲୋକକୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ସେହିପରି ଧରାକୋଟ ଅଞ୍ଚଳରୁ ପାଖାପାଖି ୫୦୦ ଜଣ ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି l କବିସୂର୍ଯ୍ୟନଗର ବାଘୁଆ, ଧନେଇ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଶେରଗଡ ନନ୍ଦୀନୀ ନଦୀର ଜଳସ୍ତର ବୃଦ୍ଧି ଘଟି ଶେରଗଡ଼ କୁମାରପାଣି ଭେଟସିଙ୍ଗି ରାସ୍ତାରେ ଚାଲିଛି ୪ ଫୁଟ ଉଚ୍ଚର ପାଣି। ଫଳରେ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି l

Also Read:-ଗଜପତିରେ ବନ୍ୟା ଆତଙ୍କ! ନଦୀର ଜଳସ୍ତର ବୃଦ୍ଧି, ପ୍ରଭାବିତ ଅଞ୍ଚଳରେ ପ୍ରଶାସନ

ସେହିପରି ଶେରଗଡ ବରମୁଣ୍ଡୁଳି କରଡାକଣା ମୁଖ୍ୟ ରାସ୍ତା ଉପରେ ପାଣି ଚାଲୁଛି l ଶେରଗଡ଼ ମୁଖ୍ୟ ବଜାରରେ ୬ ଫୁଟର ପାଣି ଚାଲୁଛି । ହିଞ୍ଜିଳି ଘୋଡାହାଡ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ସେହିଭଳି ବାହୁଦା ନଦୀରେ ମଧ୍ୟ ବନ୍ୟାଜଳ ବଢ଼ିବାରେ ଲାଗିଛି l ବର୍ଷା ପ୍ରଭାବରେ ହିଞ୍ଜିଳି ଘୋଡାହାଡ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି l

Watch Video:-