ଲମତାପୁଟ: ଅର୍ଣ୍ଣବ ପ୍ରଭାବରେ ବେହାଲ ଦକ୍ଷିଣ ଓଡ଼ିଶା। ଲମତାପୁଟ ବିଶାଖାପାଟଣା ସଂଯୋଗ କରୁଥିବା ଆନ୍ଧ୍ରର ଆରକୁ ସହର ନିକଟରେ ଥିବା ଅନନ୍ତଗିରି ଘାଟିରେ ଭୂସ୍ଖଳନ ହୋଇଛିl ଅନନ୍ତଗିରି ଘାଟିକୁ ସମ୍ପୂର୍ଣ ବନ୍ଦ କରିଛି ଆରକୁ ପୋଲିସ l ରାତି ତମାମ ଲଗାଣ ବର୍ଷା ଯୋଗୁଁ ଘାଟିରେ ରାସ୍ତା ଧୋଇଯିବା ସହ ବିଭନ୍ନ ଜାଗାରେ ମାଟି ଅତଡ଼ା ଖସି ରାସ୍ତା ଜମା ହୋଇଛି l

also read- ବିପଦ ପରେ ବିପଦ: ଅର୍ଣ୍ଣବ ଯାଇନି, ବଙ୍ଗୋପସାଗରରେ ଆସୁଛି ଆଉ ଏକ ସିଷ୍ଟମ

ପାହାଡିଆ ପାଣିର ସ୍ରୋତରେ ଭୂସ୍ଖଳନ ହୋଇଛି l ଆନ୍ଧ୍ର ପ୍ରଶାସନ ଘାଟି ମାଟି ଅତଡ଼ା ହଟାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ବେଳେ ପାହାଡ଼ରୁ ଖସୁଥିବା ଜଳ ଅପରେସନରେ ବାଧା ସୃଷ୍ଟି କରିଛି l ଆନ୍ଧ୍ରରୁ ଲମତାପୁଟ ଦେଇ ଯାଉଥିବା ସମସ୍ତ ଗାଡି ମଟର ବନ୍ଦ ରହିବା ସହ ସେହି ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି l