କଟକ ୨୯।୧୦ : ମହଙ୍ଗା ପଡିଲା ଲାଞ୍ଚ ନେବା । ଭିଜିଲାନ୍ସ ହାତରେ ଧରାପଡିଲେ ଡେପୁଟି ରେଞ୍ଜର । ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଫୁଲନଖରା କାର୍ଯ୍ୟାଳୟରୁ ଧରିଲା ଭିଜିଲାନ୍ସ ଟିମ୍ ।

ଖବର ଅନୁଯାୟୀ, ନିଜ ସହକର୍ମୀଙ୍କ ଠାରୁ ଲାଞ୍ଚ ନେଉଥିଲେ ଡେପୁଟି ରେଞ୍ଜର ମୌସୁମୀ ବେହେରା । ତା ପୁଣି ଲକ୍ଷେ ଟଙ୍କିଆ ଲାଞ୍ଚ । ଠିକ ଏହି ସମୟରେ ଗୁଇନ୍ଦା ସୁତ୍ରରୁ ଖବର ପାଇଁ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । ଟଙ୍କା ସହ ଡେପୁଟି ରେଞ୍ଜରଙ୍କୁ କାବୁ କରିଥିଲା ଭିଜିଲାନ୍ସ ଟିମ୍ । ଫୁଲନଖରା କାର୍ଯ୍ୟାଳୟରୁ ଧରିଛି ଭିଜିଲାନ୍ସ ଟିମ୍ । ତେବେ କେଉଁ କାରଣ ପାଇଁ ଲାଞ୍ଚ ନେଉଥିଲେ । ସେନେଇ ବିଶେଷ ସୂଚନା ମିଳିନାହିଁ ।

ଖବର ଅପଡେଟ୍‌ ଜାରି ରହିଛି..