ନାରାୟଣପାଟଣା ୨୯।୧୦: ବାତ୍ୟା ଅର୍ଣ୍ଣବର ପ୍ରଭାବରେ କୋରାପୁଟ ଜିଲ୍ଲାର ନାରାୟଣପାଟଣାରେ ବୁଧବାର ରାତି ଠାରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ଲଗାଣ ବର୍ଷା ଲାଗିରହିଥିଲା । ବର୍ତ୍ତମାନ ମଧ୍ୟ ମେଘୁଆ ପାଗ ସହ ଝିପି ଝିପି ବର୍ଷା ଲାଗିରହିଛି I ଲଗାଣ ବର୍ଷା ଓ ପବନ ଯୋଗୁଁ ଉଭୟ ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଳକ ଗୁଡିକ ଅନ୍ଧକାରରେ ରହିଛି I ଜିଲ୍ଲାରେ ସର୍ବାଧିକ ନାରାୟଣପାଟଣାରେ ୧୧୪.୪ ମିମି ବର୍ଷା ରେକର୍ଡ ହୋଇଛି I ଖବର ଲେଖାହେବା ପର୍ଯ୍ୟନ୍ତ ବିଜୁଳି ସରବରାହ ସ୍ୱାଭାବିକ ହୋଇନଥିବା ସୂଚନା ମିଳିଥିଲା I

ସେପଟେ ଝଞ୍ଜାବତୀ ନଦୀର ଉପରମୁଣ୍ଡରେ ବର୍ଷା ଯୋଗୁଁ ଆନ୍ଧ୍ରର ଝଞ୍ଜାବତୀ ପ୍ରକଳ୍ପ ନିକଟରେ ବନ୍ୟାଜଳ ଉଛୁଳୁଛି I କିଛି ସ୍ଥାନରେ ଛୋଟ ମୋଟ ଗଛ ପଡିଥିବା ବେଳେ ଗୁରୁବାର ସକାଳେ ଅଗ୍ନିଶମ ବିଭାଗ ଉଦ୍ୟମ କରି ସ୍ୱାଭାବିକ କରିଛି I

Also Read:- ପ୍ରବଳ ଗର୍ଜିଲା ବାତ୍ୟା ଅର୍ଣ୍ଣବ, ରାୟଗଡ଼ାରେ ପଡ଼ିଲାନି ବଡ଼ ପ୍ରଭାବ..

ଅନ୍ୟପଟେ ପ୍ରଶାସନ ବି ସଜାଗ ରହିଥିବା ଦେଖିବାକୁ ମିଳିଛି I ବର୍ଷା ପବନ ଯୋଗୁଁ କଦଳୀ ଚାଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମକା ଚାଷ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି I

Watch Video: