ନୂଆଦିଲ୍ଲୀ, ୨୯/୧୦ : କ୍ଷମା ମାଗିଲେ ଶିବସେନା ୟୁବିଟି ସାଂସଦ ସଞ୍ଜୟ ରାଓ୍ୱତ । ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ବିରୋଧରେ ଦେଇଥିବା ଟିପ୍ପଣୀକୁ ନେଇ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ବିନା କୌଣସି ସର୍ତ୍ତରେ ଏବଂ ସ୍ୱଇଚ୍ଛାରେ କ୍ଷମା ମାଗୁଥିବା ନେଇ ଦର୍ଶାଇଛନ୍ତି । ସୁପ୍ରିମକୋର୍ଚରୁ ଜାରି ଅଦାଲତ ଅବମାନନା ନୋଟିସ ପରେ ସଞ୍ଜୟ ଏପରି କହିଛନ୍ତି ।

ସେ ନିଜ କ୍ଷମା ପ୍ରାର୍ଥନାରେ କୋର୍ଟଙ୍କ ଗାରିମା ଏବଂ ଅଧିକାରର ସମ୍ମାନ ବାବଦରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ, ସୁପ୍ରିମକୋର୍ଟ ସ୍ୱାଧିନତା ଏବଂ ପ୍ରତିଷ୍ଠାକୁ ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାନ୍ତି । ସେ କୋର୍ଟଙ୍କୁ ଅପମାନ କରିବା କିମ୍ବା ନ୍ୟାୟିକ ପ୍ରକ୍ରିୟାର ଗାରିମା ଏବଂ ଅଧିକାରକୁ କ୍ଷତି ପହଁଚାଇବା ଭଳି ଉଦ୍ଦେଶ୍ୟ ରଖନ୍ତି ନାହିଁ ।

Also Read :- ରାଜଧାନୀରେ ଲଭ୍ ଜିହାଦ ! ହିନ୍ଦୁ କହି ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ, ମୋବାଇଲରେ ଅନେକ ନାବାଳିକାଙ୍କ ଅଶ୍ଲୀଳ ଭିଡିଓ

କ୍ଷମା ପ୍ରାର୍ଥନା ପରେ ବି ମାମଲା ଶେଷ ହୋଇ ନାହିଁ । କୋର୍ଟଙ୍କ ରେକର୍ଡରେ ଏହା ଉଲ୍ଲେଖ ନାହିଁ। ବୁଧବାର ଶୁଣାଣି ବେଳେ ସଞ୍ଜୟଙ୍କ ପକ୍ଷରୁ ଅନେକ ଆଇନଜୀବୀ ଉପସ୍ଥିତ ଥିଲେ । ଏହାପରେ କୋର୍ଟ ସଞ୍ଜୟଙ୍କୁ ନୋଟିସ କରିଥିଲେ । କୋର୍ଟ ତାଙ୍କୁ ନଭେମ୍ବର ୧୭ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ କହିଛନ୍ତି । ଏହି ଦିନ ନିଜେ ସଞ୍ଜୟ କୋର୍ଟରେ ଉପସ୍ଥିତ ରହିବେ । ଏହା ପରେ କୋର୍ଟ ମାମଲାର ବିଚାର କରିବେ ।

ସୂଚନାଯୋଗ୍ୟ, ସଞ୍ଜୟ ରାଓ୍ୱତ ସୋସିଆଲ ମିଡିଆରେ ଅଲବାନିୟାରେ ଚାଲିଥିବା ହିଂସାର ଏକ ଭିଡିଓ ପୋଷ୍ଟ୍ କରିଥିଲେ । ଏହାସହ ସେ ଲେଖିଥିଲେ ଯେ, ସେଠାକାର ଲୋକେ ଦୁର୍ନୀତିଖୋର୍ ପ୍ରଧାନମନ୍ତ୍ରୀଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ସୁପ୍ରିମକୋର୍ଟକୁ ଜାଳି ଦେଇଛନ୍ତି । ସରକାରୀ କାର୍ଯ୍ୟାଳୟକୁ ଟାର୍ଗେଟ୍ କରିଛନ୍ତି । ଭାରତ ସହ ବିଶ୍ୱର ଅନେକ ଦେଶ ଏଥିରୁ ଶିକ୍ଷା ଗ୍ରହଣ କରିବା ଦରକାର ବୋଲି ସେ ପୋଷ୍ଟରେ ଉଲ୍ଲେଖ କରିଥିଲେ ।

ଏହି ପୋଷ୍ଟକୁ ନେଇ ରାଜନୀତି ଜୋର୍ ଧରିଥିଲା । ବିଜେପି ତାଙ୍କ ବିରୋଧରେ ଦଙ୍ଗା ସୃଷ୍ଟି କରିବା ନେଇ ଅଭିଯୋଗ ଲଗାଇଥିଲା । ଏହାସହ ସୁପ୍ରିମକୋର୍ଟ ମଧ୍ୟ ସଞ୍ଜୟଙ୍କ ବିରୋଧରେ ଅଦାଲତ ଅବମାନନା ନୋଟିସ ଜାରି କରିଥିଲେ ।