ଭୁବନେଶ୍ୱର ୨୫।୧୦ : ଆକ୍ସନରେ ସରକାର । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ପଦକ୍ଷେପ । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ବରିଷ୍ଠ IAS ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି ।

ଖବର ଅନୁଯାୟୀ, ସମୁଦ୍ର ମଧ୍ୟରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା । ଆନ୍ଧ୍ରର କାକିନାଡାରେ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ସମୟରେ ପବନରେ ବେଗ ୧୦୦ କିମି ପାଖାପାଖି ରହିପାରେ । ତେବେ ବାତ୍ୟା ପ୍ରଭାବ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଦେଖିବାକୁ ମିଳିଛି । ଯାହାକୁ ଦୃଷ୍ଟିରେ ରଖି ଆକ୍ସନମୋଡ଼କୁ ଆସିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଆସୁଥିବା ସମ୍ଭାବ୍ୟ ବାତ୍ୟାର ପ୍ରସ୍ତୁତି ଓ ପରବର୍ତ୍ତୀ ରିଲିଫ୍ ପରିଚାଳନା, ପୁନରୁଦ୍ଧାର ସହ ସୁପରିଚାଳନା ପାଇଁ ୫ ଜଣ ବରିଷ୍ଠ IASଙ୍କୁ ଦାୟିତ୍ୱ ଦିଆଯାଇଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ୫ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାରେ ଦାୟିତ୍ୱ ଦିଆଯାଇଛି।
Also Read:-କୋଟିଆ ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ, କଂଗ୍ରେସ-ବିଜେଡିର ଟାର୍ଗେଟ୍

ତେବେ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ରାୟଗଡ଼ା ଜିଲ୍ଲା, ପୋମା ଟୁଡୁଙ୍କୁ କୋରାପୁଟ ଜିଲ୍ଲା, ବିଜୟ କୁମାର ଦାଶଙ୍କୁ ଗଜପତି ଜିଲ୍ଲା, ୟେଦ୍ଦୁଲା ବିଜୟ ମାଲକାନଗିରି ଜିଲ୍ଲା, ମହେଶ୍ୱର ସ୍ୱାଇଁଙ୍କୁ ନବରଙ୍ଗପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି।