ତେହେରାନ,୭|୦୬ଭେନେଜୁଏଲା ଭୂମିକମ୍ପରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ପ୍ରଥମ ଦିନ ୩୭ ଜଣ ମୃତ୍ୟୁବରଣ କରିଥିବା ପ୍ରଶାସନ କହିଥିଲା । ତେବେ ଏହି ସଂଖ୍ୟା ୯୦୦ ଟପିଛି । ଏବେସୁଦ୍ଧା ୯୨୦ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଯାହା ଆହୁରି ବୃଦ୍ଧି ପାଇପାରେ । ଏହାସହ ହଜାର ହଜାର ଲୋକ ନିଖୋଜ ଅଛନ୍ତି ।

ରିପୋର୍ଟ ଅନୁସାରେ, ବୁଧବାର ଭୟଙ୍କର ଭୂମିକମ୍ପରେ ଥରିଥିଲା ଭେନେଜୁଏଲା । ଲଗାତାର ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଦେଶରେ ଆତଙ୍କ ଖେଳାଇ ଦେଇଥିଲା । ଦେଶର ଅନେକ ସହରରେ ଏହାର ଝଟକା ଲାଗିଥିଲା । ପ୍ରଥମେ ୭.୧ ତୀବ୍ରତାର ଏକ ଝଟକା ଲାଗିଥିଲା । ଏହାର ଠିକ୍ ୩୯ ସେକେଣ୍ଡ ପରେ ଅନ୍ୟ ଏକ ଝଟକା ଅନୁଭୂତ ହୋଇଥିଲା । ଏହି ଘଟଣାରେ ଅତିକମରେ ୧୦ ହଜାର ନାଗରିକ ପ୍ରାଣ ହରାଇଥିବା ଆମେରିକାର ଏକ ସଂସ୍ତା କହିଥିଲା । କିନ୍ତୁ ପରେ ମାତ୍ର ୩୭ ଜଣ ପ୍ରାଣ ହରାଇଥିବା ଭେନେଜୁଏଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ଯାହା ଏବେ ୯୦୦ ଟପିଛି ।

ଭୂମିକମ୍ପର ପ୍ରଭାବରେ ରାଜଧାନୀ କାରାକସ ସମେତ ଅନେକ ସହର କ୍ଷତିଗ୍ରସ୍ତ ହୋଇଛି । ବଡ ବଡ ବିଲ୍ଡିଂ ଭାଙ୍ଗିରୁଜି ଯାଇଛି । ଯାହାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ୫୦ ହଜାରରୁ ଅଧିକ ନାଗରିକ ଆହତ ହୋଇଛନ୍ତି ।ଆହୁରି ଅନେକ ନିଖୋଜ ଅଛନ୍ତି । ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଭଗ୍ନାବଶେଷ ତଳୁ ଲୋକଙ୍କୁ ମୃତାହତ ଅବସ୍ଥାରେ ବାହାର କରାଯାଉଛି ।

ଜାତିସଂଘର ଅଧିକାରୀ ଟମ୍ ଫ୍ଲେଚର୍ କହିଛନ୍ତି ଯେ, ୫୦ ହଜାରରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଲା ଗୁଏରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏହି ସହର ସମ୍ପୂର୍ଣ୍ଣ ଭାବେ ଶ୍ମଶାନ ପାଲଟିଯାଇଛି । ଅନେକ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ହସ୍ପିଟାଲରେ ଆଉ ଜାଗା ମଧ୍ୟ ନାହିଁ ।

ତେବେ ଅନେକ ଦେଶ ଭେନେଜୁଏଲାକୁ ସାହାଯ୍ୟର ହାତ ବଢାଇଛନ୍ତି । ରିଲିଫ୍ ଏବଂ ସୈନ୍ୟ ପଠାଉଛନ୍ତି । ଯେଉଁମାନେ ଉଦ୍ଧାରକାର୍ଯ୍ୟରେ ସାମିଲ ହେଉଛନ୍ତି । ଏହାସହ ବିଶ୍ୱବ୍ୟାଙ୍କ୍ ମଧ୍ୟ ଆଗକୁ ଭେନେଜୁଏଲାକୁ ଆର୍ଥିକ ସହାୟତା ଯୋଗାଇବ ବୋଲି ସଙ୍କେତ ମିଳୁଛି ।