ଭୁବନେଶ୍ବର ୨୦।୮: ସୁବର୍ଣ୍ଣରେଖା ବ୍ୟତୀତ ଅନ୍ୟ ସବୁ ନଦୀ ବିପଦ ସଂକେତ ତଳେ ଅଛି । ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ ବିପଦ ସଂକେତ ତଳେ ଅଛି । ଜଳକା ବି ବିପଦ ସଂକେତ ତଳକୁ ଖସିଛି ବୋଲି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ । ରେମୁଣା ଓ ଜଳେଶ୍ୱରରେ ସ୍ଥିତିରେ ସୁଧାର ଆସିଛି । ଯାଜପୁର ଓ ଭଦ୍ରକ ଜିଲ୍ଲାରେ ୨୪ ଘଣ୍ଟାରେ ଆହୁରି ସୁଧାର ଆସିବ ।

ସୁବର୍ଣ୍ଣରେଖାରେ ଝାଡ଼ଖଣ୍ଡ ପାଣି ଛାଡିବାରୁ ରାତି ୩ଟାରେ ବିପଦ ସଂକେତ ଉପରକୁ ଯାଇଥିଲା । ସକାଳ ୬ଟା ପରେ ଏହା ଖସିବାକୁ ଲାଗିଲାଣି । CWC ଆକଳନ ଅନୁସାରେ ସନ୍ଧ୍ୟା ୬ଟା ଏହା ଆହୁରି ଖସିବ । ବାଲିଆପାଳ ଓ ଭୋଗରାଇରେ ବନ୍ୟା ହୋଇଛି । ଓଡ୍ରାଫ ଟିମ୍ ମହଜୁଦ ଅଛନ୍ତି ।

​​​​​​​

ରାଜ୍ୟର ୬ ଜିଲ୍ଲା, ୩୪ ବ୍ଲକ୍, ୨୨୬ ଗ୍ରାମ ପଞ୍ଚାୟତ, ୭୪୩ ଗାଁ ପ୍ରଭାବିତ ହୋଇଛନ୍ତି । ୧୨ ଲକ୍ଷ ୮୭ ହଜାର ଲୋକ କ୍ଷତି ସହିଛନ୍ତି । ୮୪,୬୬୭ ଲୋକ ସ୍ଥାନାନ୍ତର ହୋଇଛନ୍ତି । ବାଲେଶ୍ୱରବାସୀ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । ୫୫ ପଞ୍ଚାୟତର ୨୮ ହଜାର ଲୋକ ଏବେ ବି ପାଣି ଘେରରେ ଅଛନ୍ତି । ରିଲିଫ ଦିଆଯାଇଛି । ଗୋ-ଖାଦ୍ୟ ୯୪୦ ମେଟ୍ରିକ୍ ଟନ୍ ଗତ ୧୪ ତାରିଖରୁ ୮ ଜିଲ୍ଲାକୁ ଦିଆଯାଇଛି । ଜିଲ୍ଲାପାଳଙ୍କ ଯୋଗାଯୋଗରେ ଅଛନ୍ତି SRC ।

Also Read:- ଅଟୋ ଚାଳକଙ୍କ ହିଂସାକାଣ୍ଡକୁ ନେଇ କଡ଼ା ଆକ୍ସନ : କ୍ଷତିପୂରଣ ଆଦାୟ ସହ ଭଙ୍ଗାଯିବ ବେଆଇନ ଅଟୋ ଷ୍ଟାଣ୍ଡ

ବୈତରଣୀ ଓ ସାଳନ୍ଦୀ ଘାଇ ମରାମତି କାମ ଆରମ୍ଭ ହେଲାଣି । ଆଜି ଠାରୁ ପରିସ୍ଥିତି ସୁଧୁରିବ । କେବଳ ବାଲେଶ୍ୱର ପାଇଁ ଜଳ ନିଷ୍କାସନ ହେବାକୁ ଆଉ ୩ ଦିନ ଲାଗିବ । ଆଣ୍ଟି ସ୍ନେକ ଭେନମ ସବୁ ସ୍ଥାନରେ ମହଜୁଦ ଅଛି । ଗତ ୧୪ ତାରିଖରୁ ୨୬ଟି ସାପ କାମୁଡା ମାମଲା ହୋଇଛି । ହେଲେ କାହାର ମୃତ୍ୟୁ ହୋଇନି । ପ୍ରଶାସନ ସଜାଗ ଅଛନ୍ତି ।

ବନ୍ୟା କମିବା ପରେ ଜଳବାହକ ରୋଗର ସମ୍ଭାବନା ରହିଛି । ୧୨୪ ମେଡିକାଲ ଟିମ୍ ମହଜୁଦ ଅଛନ୍ତି । ୩୦ଟି ଡାଇରିଆ ମାମଲା ଆସିଥିଲା । ସେମାନଙ୍କୁ ଚିକିତ୍ସା କରାଯାଇଛି । ଏବେ ଯାଏ ଆଉ ଗୋଟେ ଲଘୁଚାପର ସ୍ପଷ୍ଟ ସୂଚନା ନାହିଁ । କେନ୍ଦ୍ରାପଡ଼ାର ୬୮ ପଞ୍ଚାୟତ ପ୍ରଭାବିତ ହୋଇଛି । ଘାଇ ହୋଇଛି । ଓଡ୍ରାଫ ଟିମ୍ ଅଛନ୍ତି । ବନ୍ୟା ପାଣି ଖସୁଛି । ଲୋକ ଆହୁରି ରିଲିଫ ପାଇବେ ବୋଲି SRC କହିଛନ୍ତି ।

Watch Video:​​​​​​​