ଭୁବନେଶ୍ବର ୨୦।୮: ବୁଧବାର ଅନଲାଇନ୍ ଅଟୋ ଚାଳକ ସଂଘ ପକ୍ଷରୁ ହୋଇଥିବା ଆନ୍ଦୋଳନରେ ସହରରେ ଯେଉଁ କ୍ଷତି ହୋଇଛି ତାକୁ ଅଟୋ ଚାଳକ ଭରଣା କରିବେ । ଗୁଣ୍ଡାଗିରିରେ ସାମିଲ ଥିବା ଅଟୋ ଚାଳକ ମାନେ କରିଥିବା ବେଆଇନ ଅଟୋ ଷ୍ଟାଣ୍ଡ ଭଙ୍ଗାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ବୁଧବାର ଅଟୋ ଡ୍ରାଇଭର ମାନେ ଯେଉଁ କାଣ୍ଡ ଘଟାଇଲେ ତାହା ଅମାନବୀୟ ଘଟଣା । ସେମାନେ ଆଇନକୁ ହାତକୁ ନେଇଛନ୍ତି । ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିଛନ୍ତି । ସରକାରୀ ଗାଡି ଭାଙ୍ଗିଛନ୍ତି । ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତାଙ୍କ ଲାଇସେନ୍ସ ରଦ୍ଦ କରାଯିବ । ସେମାନଙ୍କୁ କ୍ଷମା କରାଯିବ ନାହିଁ ।

​​​​​​​

Also Read:- ୩ କୋଟିରୁ ଅଧିକ ଟଙ୍କା ବକେୟା ମାମଲା, ପାରାଦୀପରେ ବିଦେଶୀ ଜାହାଜ ‘MT ୟୁନିଟ୍’ ଗିରଫ ନିର୍ଦ୍ଦେଶ

ଏମିତି କି ଗୁଣ୍ଡାଗିରିରେ ସାମିଲ ଥିବା ଅଟୋ ଚାଳକ ମାନେ କରିଥିବା ବେଆଇନ ଅଟୋ ଷ୍ଟାଣ୍ଡ ଭଙ୍ଗାଯିବ । ଏନେଇ ସରକାର ବିଚାର କରୁଛନ୍ତି । ଯେଉଁ କ୍ଷତି ହୋଇଛି ଏହା ତାଙ୍କ ଠାରୁ ହିଁ ଆଦାୟ ହେବ । ସରକାର ସାଧାରଣ ଲୋକଙ୍କ ସୁରକ୍ଷା ଦେବା ଦାୟିତ୍ବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।

Watch Video: