ଜହ୍ନାପଙ୍କ,୧୯/୩: ମନ ଉଡୁଥିଲା । ଖୁସିରେ ୩ ଭାଇ ଫେରୁଥିଲେ ଘରକୁ । ତିନୋଟି ବାଇକ୍‌ରେ ୩ ଭାଇ ଚାଲିଥିଲେ ଗନ୍ତବ୍ୟସ୍ଥଳ । ହେଲେ ଅଧାବାଟରେ ଓଲଟିଗଲା ସବୁକିଛି । ଖୁସି ରହିଲାନି କ୍ଷଣିକ । କେହି କିଛ୍ ଭାବିବା ପୂର୍ବରୁ ଭାରସାମ୍ୟ ହରାଇ ଓଲଟିଲା ବାଇକ୍ । ଫଳରେ ଦୁଇ ଭାଇଙ୍କ ମୃତ୍ୟୁ ହେବା ସହ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।

ବୁଧବାର ରାତି ପ୍ରାୟ ୯ଟା ସମୟରେ ଘଟିଛି ଏହି ଅଘଟଣ । ଜାତୀୟ ରାଜପଥ ନଂ ୫୭ର ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧରେ ଘଟିଛି ମର୍ମନ୍ତୁଦ୍ ଦୁର୍ଘଟଣା । ରାସ୍ତା ବୁଲାଣି ବେଳେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟିଥିଲା । ତେବେ ଏହି ଦୁର୍ଘଟଣାରେ ବଡ଼ ଓ ସାନ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ମଝିଆ ଭାଇ ଗୁରୁତର ହୋଇଥିବା ଜଣାପଡିଛି l

ସୂଚନା ଥାଉକି, ବୌଦ୍ଧ ବ୍ଲକ ମୁଣ୍ଡିପଦର ପଞ୍ଚାୟତ ପଳସପାଟ ଗ୍ରାମର ଗୋଟିଏ ପରିବାରର ତିନି ଭାଇ ତାଙ୍କ ଗାଡ଼ିରେ ଜହ୍ନାପଙ୍କ ପଟୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ପନ୍ଥାଇ ବୁଲାନି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଗାଡ଼ିଟି ବହୁ ଦ୍ରୁତ ଗତିରେ ଯାଉଥିବାବେଳେ ରାସ୍ତା କଡରେ ଥିବା ତିନୋଟି ପିଲର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ଗାଡିଟି ରାସ୍ତା କଡରେ ଥିବା ୧୦ ଫୁଟ ଡ୍ରେନ ତଳେ ପଡି ସକପଜର ଛିଣ୍ଡି ଯାଇଛି । ସ୍ଥାନୀୟ ଲୋକେ ତିନି ଗୁରୁତରଙ୍କୁ ଉଦ୍ଧାର କରି ଦୁଇଟି ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତରଖାନା ନେଇଥିଲେ ।

ଦିଲ୍ଲୀପ ଉର୍ମା ଓ ବିଜୟ ଉର୍ମାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଓ ଅନ୍ୟ ଭାଈ ରୋହିତ ଉର୍ମାଙ୍କୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଛି । ଆଜି ସକାଳେ ଘଟଣାସ୍ଥଳରେ ଜହ୍ନାପଙ୍କ ଫାଣ୍ଡି ଅଧିକାରୀ ବ୍ରହ୍ମାନନ୍ଦ ପ୍ରଧାନ ପହଞ୍ଚି ବାଇକକୁ ଜବତ କରିବା ସହ ଡାକ୍ତରଖାନାରେ ପହଞ୍ଚି ଦୁଇ ମୃତଦେହକୁ ଜବତ କରି ତଦନ୍ତ କରୁଥିବା ଜଣାପଡିଛି l