ବାଲିପାଟଣା, ୦୧/୦୯: ନଦୀରେ ବୁଡିଗଲେ ଦଶମ ଶ୍ରେଣୀ ଛାତ୍ର । ଭୋଜି ପାଇଁ ସାଙ୍ଗଙ୍କ ସହ ଯିବା ବେଳେ ଅଘଟଣ । ଏପରି ଅଭାବନୀୟ ଘଟଣା ଘଟିଛି ଖୋର୍ଧା ଜିଲ୍ଲା ବାଲିଅନ୍ତା ଥାନା ଭିଙ୍ଗାରପୁର ଦେଇ ପ୍ରବାହିତ କୁଶଭଦ୍ରା ନଦୀରେ । ନଦୀରେ ବୁଡି ଜଣେ ୧୦ ଶ୍ରେଣୀ ଛାତ୍ର ପ୍ରାଣ ହରାଇଛନ୍ତି ।

Also Read :- ସ୍ତ୍ରୀକୁ ମନାଇବାକୁ ଆସିଥିଲା ସ୍ୱାମୀ, କିନ୍ତୁ ଜୋତାମାଳ ପିନ୍ଧାଇଲା ଶ୍ୱଶୂର ! ମୁହଁରେ ରଙ୍ଗ ମାରି ରାସ୍ତାରେ ଚଲାଇଲା...

ମୃତକ ହେଉଛନ୍ତି ଜିତିକାରସୁଆଁଲୋ ଗ୍ରାମର ସୌମ୍ୟ ରଞ୍ଜନ । ସୌମ୍ୟ ଆଜି କିଛି ସାଙ୍ଗଙ୍କ ସହ କୁଶଭଦ୍ରା ନଦୀ ପଠାକୁ ଭୋଜି କରିବାକୁ ଯାଇଥିଲେ । ନଦୀରେ ଗାଧୋଇବା ବେଳେ ସେ ବୁଡ଼ି ଯାଇଥିଲେ । ପ୍ରାୟ ଅଧଘଣ୍ଟା ପରେ ସ୍ଥାନୀୟ ଲୋକ ସୌମ୍ୟଙ୍କୁ ଉଦ୍ଧାର କରି ପ୍ରଥମେ ଭିଙ୍ଗାରପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ପରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।