ନୂଆପଡ଼ା ୨।୮: ୧୦୮ କର୍ମଚାରୀଙ୍କ ମହାନତା । ଷ୍ଟ୍ରେଚରରେ ଗୋଟିଏ କିଲୋମିଟର ବୋହି ବୋହି ଘାଟି ଓହ୍ଲାଇବା ସହ ହସ୍ପିଟାଲରେ ଭର୍ତ୍ତି କରି ଜୀବନ ବଞ୍ଚାଇଲେ । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଲୋକେ ୧୦୮ କର୍ମଚାରୀଙ୍କୁ ପ୍ରଶଂସା କରୁଛନ୍ତି । ଏଭଳି ଦୃଶ୍ୟ ନୂଆପଡା ଜିଲ୍ଲା ବୋଡେନ ବ୍ଲକ ପାଟଦର୍ହା ଅଞ୍ଚଳରେ ଦେଖିବାକୁ ମିଳିଥିଲା ।

Also Read:- ନଦୀକୁ ଗାଧୋଇବାକୁ ଯାଇଥିଲେ ୩ ନାବାଳକ ; ଫେରିଲେ ଦୁଇ, ଫେରିଲେନି ଜଣେ

ଲଳିତା ମାଝୀ ନାମକ ଜଣେ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହେବା ପରେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ହେଲେ ଲଗାଣ ବର୍ଷାରେ ରାସ୍ତା ଧୋଇ ହୋଇ ଯାଇଥିବା ବେଳେ ଆମ୍ବୁଲାନ୍ସଟି ଯାଇ ପାରିନଥିଲା । ପାଟଦର୍ହାରୁ ଗର୍ଭବତୀ ମହିଳାଙ୍କୁ କଷ୍ଟେ ମଷ୍ଟେ ଏକ ବାଇକ୍ରେ ଅଧବାଟ ଆଣିବା ପରେ ଗୋଟିଏ କିଲୋମିଟରରୁ ଉର୍ଦ୍ଧ୍ବ ହେବ ଷ୍ଟ୍ରେଚରରେ ବୋହି ଚାଲି ଚାଲି ଘାଟି ରାସ୍ତାରେ ତଳକୁ ଆଣିଥିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ତେବେ ଏଭଳି ମହାନ କାମ ପାଇଁ ଆମ୍ବୁଲାନ୍ସ କର୍ମଚାରୀ ମାନେ ପ୍ରଶଂସାର ପାତ୍ର ହୋଇଛନ୍ତି ।