କଟକ ୨।୮: କଟକ ସଦର ଥାନା ଅଧୀନ ଶ୍ରୀକୋରୁଆଁ ଅଞ୍ଚଳରେ ଦୁଃଖଦ ଅଘଟଣ ଘଟିଛି । କାଠଯୋଡ଼ି ନଦୀରେ ଗାଧୋଇବାକୁ ଯାଇଥିବା ୩ ଜଣ ନାବାଳକଙ୍କ ମଧ୍ୟରୁ ଦୁଇ ଜଣ ବୁଡ଼ିଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଜଣେ ନାବାଳକଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି ।

ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ନଦୀରେ ଗାଧୋଇବା ବେଳେ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା, ସେନେଇ ପୋଲିସ ଅଧିକ ତଦନ୍ତ କରୁଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।