କିଭ୍, ୧୮ /୦୩:ଇରାନ ଆମେରିକା ଯୁଦ୍ଧରେ ୟୁକ୍ରେନର ଏଣ୍ଟ୍ରି । ମଧ୍ୟପ୍ରାଚ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ଭିତରେ ୟୁରୋପୀୟ ଦେଶ ଭାବେ ୟୁକ୍ରେନ୍ ଏବେ ଆକ୍ଟିଭ୍ । ଇରାନ ଆକ୍ରମଣରୁ ଅନେକ ଦେଶକୁ ରକ୍ଷା କରିବା ପାଇଁ ରାଷ୍ଟ୍ରପତି ଜେଲେନସ୍କି୨୦୦ରୁ ଅଧିକ ସାମରିକ ବିଶେଷଜ୍ଞଙ୍କୁ ବିଭିନ୍ନ ଦେଶକୁ ପଠାଇଛନ୍ତି । 

ଜେଲେନସ୍କିଙ୍କ କହିବାନୁସାରେ, ମଧ୍ୟପ୍ରାଚ୍ୟରେ ୟୁକ୍ରେନର ୨୦୧ ଜଣ ଆଣ୍ଟି ଡ୍ରୋନ୍ ମିସାଇଲ୍ ଏକ୍ସପର୍ଟ୍ ଅଛନ୍ତି । ସେମାନେ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶକୁ ସହଯୋଗ କରୁଛନ୍ତି । ଇରାନର ସାହେଦ ଡ୍ରୋନର କିପରି ମୁକାବିଲା କରାଯାଇ ପାରିବ ସେନେଇ ସେମାନେ ସମସ୍ତ ପ୍ରଚେଷ୍ଟା ଜାରି ରଖିଛନ୍ତି । ଖୁବ୍ ଶୀଘ୍ର ଆଉ ୩୪ ବିଶେଷଜ୍ଞଙ୍କୁ ପଠାଯିବ ବୋଲି ଜେଲେନସ୍କି କହିଛନ୍ତି ।

ସାହେଦ ଡ୍ରୋନକୁ ଅକାମୀ ଲକ୍ଷ୍ୟ

ରିପୋର୍ଟ ଅନୁସାରେ, ୟୁକ୍ରେନର ବିଶେଷଜ୍ଞମାନେ ଡ୍ରୋନ୍ ବିଷୟରେ ଅନେକ କିଛି ଜାଣିଛନ୍ତି । ସେମାନେ ଇରାନର ସାହେଦ ଡ୍ରୋନକୁ କିପରି ମୁକାବିଲା କରାଯାଇପାରିବ ସେନେଇ ତାଲିମ ପାଇଛନ୍ତି । ୟୁଏଇ, କତାର, ସାଉଦି ଏବଂ କୁଏତ ଆଦିଦେଶକୁ ଏହି ବିଶେଷଜ୍ଞଙ୍କୁ ପଠାଯାଇଛି ।

Also Read: ଦିଲ୍ଲୀ କ୍ୟାପିଟାଲ୍ସରେ ଖୁସି ନାହାଁନ୍ତି କେଏଲ ରାହୁଲ ! ଏହି ଘଟଣା ଦେଉଛି ବେଶି ଟେନସନ୍

ୟୁକ୍ରେନର ଡ୍ରୋନ୍ କ୍ଷମତା

ବ୍ରିଟେନ୍ ସଂସଦରେ ଜେଲେନସ୍କି କହିଛନ୍ତି ଯେ, ୟୁକ୍ରେନ ଦିନକୁ୨୦୦୦ଇଣ୍ଟରସେପ୍ଟର ଡ୍ରୋନ୍ ତିଆରି କରିପାରିବ । ଏହାକୁ ବିଭିନ୍ନ ସହଯୋଗୀ ଦେଶକୁ ପଠାଇବାରେ କିଭ୍ କେବେ ହେଳା କରିବ ନାହିଁ । ସହଯୋଗୀଙ୍କ ପାଇଁ ୟୁକ୍ରେନ ସଦାବେଳେ ହାତ ବଢାଇବ ବୋଲି ଜେଲେନସ୍କି କହିଛନ୍ତି ।

 

​​​​​​​​​​​​​​