ନୂଆଦିଲ୍ଲୀ, ୧୮ /୦୩:ଭାରତୀୟ ଦଳର ଷ୍ଟାର୍ ବ୍ୟାଟର କେଏଲ ରାହୁଲ । ଦିନିକିଆ ଟିମରେ ସେ ଅନ୍ୟତମ ଖେଳାଳି । ଦଳକୁ ଜିତାଇଛନ୍ତି ଅନେକ ମ୍ୟାଚ୍ । ଖେଳିଛନ୍ତି ବିସ୍ଫୋରକ ଇନିଂସ । ଆଉ କିଛି ଦିନ ପରେ ସେ ଆଇପିଏଲରେ ନଜର ଆସିବେ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଆଇପିଏଲ ଖେଳୁଥିଲେବିରାହୁଲ କିନ୍ତୁ ଖୁସି ନାହାଁନ୍ତି ।

୩୩ ବର୍ଷୀୟ ରାହୁଲ ଆଇପିଏଲର୨୦୨୫ସେସନରେ୧୩ଟି ମ୍ୟାଚରୁ୫୩୯ରନ୍ ସଂଗ୍ରହ କରିଥିଲେ ।ତେବେ ତାଙ୍କ ବ୍ୟାଟିଂ ପୋଜିସନକୁ ଲଗାତାର ଭାବେ ପରିବର୍ତ୍ତନ କରାଯାଉଛି । କେତେବେଳେ ସେ ଓପନିଂ କରୁଛନ୍ତି । ଆଉ କେତେବେଳେ ମିଡିଲ୍ ଅର୍ଡରରେ ବ୍ୟାଟିଂ କରୁଛନ୍ତି । ଏହାକୁ ନେଇ ରାହୁଲ ଦିଲ୍ଲୀ ଟିମରେ ଖୁସି ନଥିବା ସନ୍ଦେହ କରିଛନ୍ତି ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଖେଳାଳି ଏସ୍ ବଦ୍ରିନାଥ ।

ବଦ୍ରିନାଥ କହିଛନ୍ତି ଯେ, ରାହୁଲଙ୍କ ବ୍ୟାଟିଂ ଅର୍ଡର ସ୍ଥିର ନୁହେଁ । କେଏଲ ନିଜେ ଇନିଂସ ଓପନ୍ କରିବାକୁ ଚେଷ୍ଟା କରନ୍ତି । ତାଙ୍କର ଏହା ଇଚ୍ଛା ରହିଛି । କିନ୍ତୁ ଦଳର ମ୍ୟାନେଜମେଣ୍ଟ୍ ତାଙ୍କୁ ମିଡିଲ୍ ଅର୍ଡରରେ ବ୍ୟାଟିଂ ପାଇଁ ପଠାଉଛି । ଏହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏହାର ସମାଧାନ ଜରୁରୀ । କେଏଲ ରାହୁଲ ଖୁସି ଅଛନ୍ତି ନା ନାହିଁ ତାହା ମଧ୍ୟ ଦଳ ବୁଝିବା ଦରକାର ।

୨୦୨୬ରେ ନୂଆ ଟିମ୍

ଆସନ୍ତା ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ଅନେକ ଓପନର ଅଛନ୍ତି । ଦଳ ଫାପ୍ ଡୁପ୍ଲେସିସ୍ ଏବଂ ଜେକ୍ ପ୍ରେଜରଙ୍କୁ ରିଲିଜ୍ କରିଛି । ତାଙ୍କ ଜାଗାରେପାଥୁନ୍ନିଶାଙ୍କା, ବେନ୍ ଡକେଟଙ୍କ ଭଳି ବ୍ୟାଟର ସାମିଲ ହୋଇଛନ୍ତି । ଏହାସହ ପୃଥ୍ୱୀ ଶ ମଧ୍ୟ ଦଳରେ ଯୋଡି ହୋଇଛନ୍ତି । ସେହିପରି ମିଡିଲ୍ ଅର୍ଡରରେ ଦଳ ପାଖରେ ଡେବିଡ୍ ମିଲର, ଟି ଷ୍ଟବସ୍ ଏବଂ ନିତିଶ ରାଣାଙ୍କ ଭଳି ଖେଳାଳି ରହିଛନ୍ତି ।