Yuzvendra Chahal and Taniya Chatterjee : ଭାରତୀୟ କ୍ରିକେଟ ଦଳର ତାରକା ବୋଲର ୟୁଜବେନ୍ଦ୍ର ଚହଲ ସଂପ୍ରତି ଆଇପିଏଲ୍ ୨୦୨୬ରେ ପଞ୍ଜାବ କିଙ୍ଗସ ପକ୍ଷରୁ ଖେଳୁଛନ୍ତି। କେତେବେଳେ ସେ ଖେଳକୁ ନେଇ ତ ଆଉ କେତେବେଳେ ଗାର୍ଲଫ୍ରେଣ୍ଡକ ନେଇ ସର୍ବଦା ବିବାଦରେ ରହି ଆସିଛନ୍ତି। ଏହା ମଧ୍ୟରେ ଅଭିନେତ୍ରୀ ତାନ୍ୟା ଚାଟାର୍ଜୀ ବଡ଼ ଦାବି କରିଛନ୍ତି ଯେ, ୟୁଜବେନ୍ଦ୍ର ଚହଲ ତାଙ୍କୁ ବ୍ୟକ୍ତିଗତ ମେସେଜ କରୁଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓରେ ତାନ୍ୟା ଉକ୍ତ ଚାଟକୁ ମଧ୍ୟ ଦେଖାଉଛନ୍ତି, ଯେଉଁଥିରେ ଚହଲ ତାଙ୍କୁ ମେସେଜ କରିଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ମାତ୍ରେ କ୍ରିକେଟ୍ ଓ ମନୋରଞ୍ଜନ ଜଗତରେ ଚହଳ ପଡ଼ିଛି। ପତ୍ନୀ ଧନଶ୍ରୀ ବର୍ମାଙ୍କ ସହ ଛାଡ଼ପତ୍ର ପରେ ଚହଲ ନିଜର ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି। କିଛି ସମୟ ପୂର୍ବେ ତାଙ୍କ ନାଁକୁ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଆରଜେ ମହବେଶଙ୍କ ସହ ଯୋଡ଼ା ଯାଇଥିଲା। ଏବେ ଅଭିନେତ୍ରୀ ତାନ୍ୟା ନିଜର ବ୍ୟକ୍ତିଗତ ଚାଟ୍ ଦେଖାଇ ସଭିଙ୍କୁ ଚକିତ କରିଛନ୍ତି।

Also Read: ମୋତେ ଦୁଇ ମାସରୁ ଧୋକା..., ପୂର୍ବତନ ପତ୍ନୀ ଧନଶ୍ରୀଙ୍କ ଅଭିଯୋଗ ଉପରେ ଚହଲଙ୍କ କଡ଼ା ଜବାବ

ତାନ୍ୟାଙ୍କୁ କ୍ୟୁଟ୍ କହିଲେ ଚହଲ

ଭିଡିଓରେ ତାନ୍ୟା କହିଛନ୍ତି, ମୁଁ କୌଣସି ଜଣେ କ୍ରିକେଟରଙ୍କ ପାଇଁ କ୍ୟୁଟ୍ ଲାଗୁଛି। ଏହା ଶୁଣିବା ପରେ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଛନ୍ତି ଯେ, ସେହି କ୍ରିକେଟର କିଏ ? ଜବାବରେ ତାନ୍ୟା ୟୁଜବେନ୍ଦ୍ର ଚହଲଙ୍କ ନାଁ ନେଇଛନ୍ତି। ତାନ୍ୟା ଏହା ମଧ୍ୟ କହିଛନ୍ତି, ୟୁଜି ଚହଲ ବହୁତ ଥର ମୋର ଇନଷ୍ଟାଗ୍ରାମ ଷ୍ଟୋରୀ ଦେଖି ମୋତେ କ୍ୟୁଟ୍ ବୋଲି କହିଛନ୍ତି।

ଏହା ଶୁଣିବା ପରେ ଗଣମାଧ୍ୟମ ପ୍ରତିନିଧି ତାନ୍ୟାଙ୍କୁ ଚାଟ୍ ଦେଖାଇବାକୁ କହିଥିଲେ। ଏହା ପରେ ଅଭିନେତ୍ରୀ ପ୍ରଥମେ ଚହଲଙ୍କ ପ୍ରୋଫାଇଲ ଦେଖାଇଥିଲେ ଏବଂ ପୁଣି କ୍ୟାମେରା ସାମ୍ନାରେ ଚାଟ୍ ଦେଖାଇଛନ୍ତି। ଅଦ୍ୟାବଧି ଚହଲଙ୍କ ପକ୍ଷରୁ ଏ ସଂପର୍କରେ କୌଣସି ପ୍ରତିକ୍ରିୟା ମିଳିନାହିଁ। ଦେଖିବା ବଡ଼ ରୋଚକ ହେବ ଯେ, ଚହଲ ଏହା ଉପରେ କଣ କହୁଛନ୍ତି।

କିଏ ଏହି ତାନ୍ୟା ଚାଟାର୍ଜୀ

ସୂଚନାଯୋଗ୍ୟ, ତାନ୍ୟା ଗନ୍ଦୀ ବାତ ସିରିଜରୁ ଅଭିନେତ୍ରୀ ଭାବେ ଚର୍ଚ୍ଚାକୁ ଆସିଥିଲେ। ସେ ଜଣେ ପ୍ରସିଦ୍ଧ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର। ତାଙ୍କ ଇନଷ୍ଟାଗ୍ରାମରେ ୨୩ ଲକ୍ଷରୁ ଅଧିକ ଅନୁଗାମୀ ଅଛନ୍ତି। ସୋସିଆଲ ମିଡିଆରେ ସେ ବହୁତ ସକ୍ରିୟ। ସେ ଅନେକ ମ୍ୟୁଜିକ ଭିଡିଓରେ ମଧ୍ୟ ନଜର ଆସିଛନ୍ତି। ତାନ୍ୟା ହେଉଛନ୍ତି କୋଲକାତାର ବାସିନ୍ଦା।