LIVE TV

ମୋତେ ଦୁଇ ମାସରୁ ଧୋକା..., ପୂର୍ବତନ ପତ୍ନୀ ଧନଶ୍ରୀଙ୍କ ଅଭିଯୋଗ ଉପରେ ଚହଲଙ୍କ କଡ଼ା ଜବାବ

NEWS7
yuzvendra chahal

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ନିଜର ପୂର୍ବତନ ପତ୍ନୀ ଧନଶ୍ରୀ ବର୍ମାଙ୍କ ଦ୍ଵାରା ଲଗାଯାଇଥିବା ଅଭିଯୋଗ ଉପରେ ନିରବତା ଭାଙ୍ଗିଛନ୍ତି। ଧନଶ୍ରୀ ସଂପ୍ରତି ଏକ ରିଲିଟି ଶୋରେ ପ୍ରତିଯୋଗୀ ଅଛନ୍ତି। ଏହି ଶୋରେ ସେ ଇସାରା ଇସାରାରେ ଚହଲଙ୍କ ଉପରେ ସଙ୍ଗୀନ ଅଭିଯୋଗ କରିଥିଲେ। ସେ କହିଥିଲେ ବିବାହର ଦୁଇ ମାସ ପରେ ଚହଲ ତାଙ୍କୁ ଧୋକା ଦେଇଥିଲେ। ହିନ୍ଦୁସ୍ଥାନ ଟାଇମ୍ସ ଅନୁଯାୟୀ ଚହଲ ଏ ସମସ୍ତ ଅଭିଯୋଗକୁ ଖାରଜ କରିଛନ୍ତି।

ହିନ୍ଦୁସ୍ଥାନ ଟାଇମ୍ସ ସହ ଆଲୋଚନା ବେଳେ ୟୁଜବେନ୍ଦ୍ର ଚହଲ କହିଛନ୍ତି, ମୁଁ ଜଣେ ଆଥଲେଟ୍, ଚିଟିଂ କରେ ନାହିଁ। ଯଦି ଦୁଇ ମାସରେ ଧୋକା ଦେଇଥିଲି ତେବେ ସଂପର୍କ ଏତେ ଲମ୍ବା ସମୟ କେମିତି ଚାଲିଲା। ମୋ ପାଇଁ ସେହି ଚାପ୍ଟର ସମାପ୍ତ ହୋଇ ସାରିଛି ଏବଂ ସମସ୍ତଙ୍କୁ ଏଥିରୁ ଆଗକୁ ବଢିଯିବା ଉଚିତ୍।

ସବୁ ମିଛ...

ୟୁଜବେନ୍ଦ୍ର ଚହଲ କହିଛନ୍ତି, ମୋ ଉପରେ ଆସିଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ। ଆମର ବୈବାହିକ ଜୀବନ ସାଢେ ବର୍ଷ ଧରି ଚାଲିଲା। ଯଦି ଦୁଇ ମାସରେ ଧୋକା ମିଳିଲା ତେବେ ସେ ମୋ ସହ କେଉଁ ସଂପର୍କ ନିଭାଉଥିଲେ। ମୁଁ ପ୍ରଥମରୁ କହି ସାରିଛି ଯେ, ମୁଁ ଇତିହାସକୁ ଭୁଲି ସାରିଛି। ମାତ୍ର କିଛି ଲୋକ ସେହି ସ୍ଥାନରେ ହିଁ ଅଟକି ରହିଛନ୍ତି। ଲାଗୁଛି ମୋ ନାଁରେ ତାଙ୍କ ଘର ଚାଲୁଛି। ସେଥିପାଇଁ ବାରମ୍ବାର ମୋ ନାମକୁ ଟଣା ଯାଉଛି। ମୋତେ ଏହାକୁ ନେଇ କୌଣସି ଚିନ୍ତା ନାହିଁ  ଏବଂ ନା ମୋତେ କୌଣସି ଫରକ ପଡ଼େ।

ଚହଲ ସ୍ପଷ୍ଟ କରିଛନ୍ତି ଯେ, ସେ ପୁରୁଣା କଥା ଭୁଲି ସାରିଛନ୍ତି। ତଥାପି ଲୋକ  କିଛି ବି କହି ଦେଲେ ତାହା ସୋସିଆଲ ମିଡିଆକୁ ଚାଲି ଯାଉଛି। ସେ କହିଛନ୍ତି, ୧୦୦ କଥା ଚାଲିଥାଏ, ମାତ୍ର ସତ ଗୋଟିଏ ଏବଂ ତାହା ଜାଣି ନିଅନ୍ତୁ ଯେ ଉକ୍ତ ଚାପ୍ଟର ସମାପ୍ତ ହୋଇ ସାରିଛି। ମୁଁ ଏହି ବିଷୟରେ ପୁନର୍ବାର କଥା ହେବାକୁ ଚାହୁଁନାହିଁ।

ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ୨୦୨୦ ଡିସେମ୍ବର ରେ ବିବାହ କରିଥିଲେ। ପ୍ରାୟ ଚାରି ବର୍ଷ ପରେ, ଉଭୟ ୨୦୨୪ ଫେବୃଆରୀରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ତଥାପି, ମାର୍ଚ୍ଚ ୨୦୨୫ ରେ ସେମାନଙ୍କର ଛାଡପତ୍ର ଆବେଦନକୁ ମଞ୍ଜୁର ଦିଆଯାଇଥିଲା। ରିପୋର୍ଟରେ ଦାବି କରାଯାଇଛି ଯେ ଧନଶ୍ରୀ ବର୍ମା ଚହଲଙ୍କଠୁ  ଭରଣପୋଷଣ ବାବଦରେ ୪ କୋଟି ୭୫ ଲକ୍ଷ ଟଙ୍କା ପାଇଛନ୍ତି। ​​​​​​​