ନୂଆଦିଲ୍ଲୀ: କ୍ରିକେଟ ପଡ଼ିଆରେ ଗୋଟିଏ ଓଭରରେ ୬ଟି ଛକା ମାରିବା ଏକ ବିରଳ ଘଟଣା। ୨୦୦୭ ଟି-୨୦ ବିଶ୍ୱକପରେ ଭାରତୀୟ ସୁପରଷ୍ଟାର ଯୁବରାଜ ସିଂହ, ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ ୬ଟି ବିଶାଳ ଛକା ମାରି ଇତିହାସ ରଚିଥିଲେ। ଅବଶ୍ୟ ଅନ୍ତର୍ଜାତୀୟ କ୍ରିକେଟରେ ୬ଟି ଛକା ମାରିବାରେ ଯୁବରାଜ ପ୍ରଥମ ବ୍ୟାଟର ନଥିଲେ, ଏହି କାରନାମା ପ୍ରଥମେ ଦକ୍ଷିଣ ଆଫ୍ରିକାର ହର୍ସେଲ ଗିବ୍ସ ଏକ ଦିନିକିଆ ମ୍ୟାଚରେ କରିଥିଲେ। କିନ୍ତୁ ଯୁବରାଜଙ୍କ ଏହି ଇନିଂସ ଅଧିକ ଲୋକପ୍ରିୟ, କାରଣ ଏହା ପଛରେ ଥିଲା ଜବରଦସ୍ତ ସ୍ଲେଜିଂ ଏବଂ ବେକ କାଟିଦେବାର ଧମକ।

ଆଜିଠାରୁ ୧୯ ବର୍ଷ ପୂର୍ବେ, ଅର୍ଥାତ୍ ସେପ୍ଟେମ୍ବର ୧୯ ତାରିଖରେ ୨୦୦୭ ଟି-୨୦ ବିଶ୍ୱକପର ସୁପର-୮ ପର୍ଯ୍ୟାୟରେ ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହୋଇଥିଲେ। ଇନିଂସର ୧୯ତମ ଓଭରରେ ବୋଲିଂ କରୁଥିଲେ  ଷ୍ଟୁଆର୍ଟ ବ୍ରଡ। ଏହି ଓଭରର ପ୍ରତ୍ୟେକ ବଲକୁ ଯୁବରାଜ ସୀମାରେଖା ପାର୍ କରାଇ ଏକ ଅଦ୍ଭୁତ କୀର୍ତ୍ତିମାନ ସ୍ଥାପନ କରିଥିଲେ। କିନ୍ତୁ ପ୍ରଶ୍ନ ଉଠେ, ଯୁବରାଜଙ୍କୁ ଏତେ ରାଗ ଆସିଲା କାହିଁକି ?

Also Read: ଭାରତ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଶକ୍ତ ଝଟକା; ପ୍ରମୋସନାଲ ଶୁ୍ଟ୍ ସମୟରେ ଦୁର୍ଘଟଣାର ଶିକାର ହେଲେ ରଚିନ ରବୀନ୍ଦ୍ର

ଫ୍ଲିଣ୍ଟଫ୍ ଦେଇଥିଲେ ବେକ କାଟିବାର ଧମକ

ଏହି ପୂରା ବିବାଦ ଭାରତୀୟ ପାରିର ୧୮ତମ ଓଭରରୁ ଆରମ୍ଭ ହୋଇଥିଲା, ଯେତେବେଳେ ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ୍ ବୋଲିଂ କରୁଥିଲେ। ଓଭରର ପ୍ରଥମ ୩ଟି ବଲରେ ମାତ୍ର ୩ ରନ୍ ଆସିଥିବା ବେଳେ ଶେଷ ୩ଟି ବଲରୁ ୨ଟିରେ ଯୁବରାଜ ଦୁଇଟି ଚୌକା ମାରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଫ୍ଲିଣ୍ଟଫ୍ ଯୁବରାଜଙ୍କୁ ଆକ୍ଷେପ କରି ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲେ।

ଘଟଣା ଏତେ ବଢ଼ିଯାଇଥିଲା ଯେ ଯୁବରାଜ ବ୍ୟାଟ୍ ଦେଖାଇ ଫ୍ଲିଣ୍ଟଫଙ୍କ ଆଡ଼କୁ ମାଡ଼ିଯାଇଥିଲେ, କିନ୍ତୁ ଅମ୍ପାୟାରମାନେ ମଝିରେ ପଶି ସ୍ଥିତି ନିୟନ୍ତ୍ରଣ କରିଥିଲେ। ତଥାପି ରାଗ ଶାନ୍ତ ହୋଇନଥିଲା। ଫ୍ଲିଣ୍ଟଫ୍ ସୀମା  କରି ଯୁବରାଜଙ୍କୁ 'ବେକ କାଟିଦେବି' ବୋଲି ଧମକ ପର୍ଯ୍ୟନ୍ତ ଦେଇଥିଲେ।

Also Read: ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଯାଇଥିଲେ ଅଭିଷେକ ପୋରେଲ୍, ୩୬ ଦିନ ପରେ ମିଳିଲା ବେଲ୍

ବ୍ରଡଙ୍କ ଓଭରରେ ବଦଲା ନେଲେ ଯୁବରାଜ

ଫ୍ଲିଣ୍ଟଫଙ୍କ ଏହି ବ୍ୟବହାର ଯୁବରାଜଙ୍କୁ ଅତ୍ୟନ୍ତ କ୍ରୋଧିତ କରିଦେଇଥିଲା। ଏହାର ପରିଣାମ ଭୋଗିବାକୁ ପଡ଼ିଥିଲା ୧୯ତମ ଓଭର ବୋଲିଂ କରିବାକୁ ଆସିଥିବା ଷ୍ଟୁଆର୍ଟ ବ୍ରଡଙ୍କୁ। ଯୁବରାଜ ପ୍ରଥମ ବଲରୁ ନେଇ ଷଷ୍ଠ ବଲ୍ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ୬ଟି ଆକାଶଛୁଆଁ ଛକା ବର୍ଷା କରିଥିଲେ। ଫ୍ଲିଣ୍ଟଫ୍, ବ୍ରଡ୍ ଏବଂ ଇଂଲଣ୍ଡ ଅଧିନାୟକ ପଲ୍ କଲିଂଉଡଙ୍କ ସମେତ ପୂରା ଦଳ କେବଳ ବଲ୍ ପଡ଼ିଆ ବାହାରକୁ ଯାଉଥିବାର ଦୃଶ୍ୟ ଦେଖୁଥିଲେ।

ଏହି ୬ଟି ଛକା ବଳରେ ଯୁବରାଜ ମାତ୍ର ୧୨ଟି ବଲରୁ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ କୌଣସି ପୂର୍ଣ୍ଣ ସଦସ୍ୟ ଦେଶର ଖେଳାଳିଙ୍କ ଦ୍ୱାରା ହୋଇଥିବା ଦ୍ରୁତତମ ଟି-୨୦ ଅର୍ଦ୍ଧଶତକ। ମ୍ୟାଚ୍ ସମୟରେ ଦୁଇ ଖେଳାଳିଙ୍କ ମଧ୍ୟରେ ପ୍ରଚଣ୍ଡ ଉତ୍ତେଜନା ଦେଖିବାକୁ ମିଳିଥିଲେ ବି, ଭାରତର ୧୮ ରନରେ ବିଜୟ ପରେ ଯୁବରାଜ ଓ ଫ୍ଲିଣ୍ଟଫ୍ କ୍ରୀଡ଼ା ଭାବନା ଦେଖାଇ ହାତ ମିଳାଇଥିଲେ।