ସମ୍ବଲପୁର ୫।୯: ନିର୍ଦ୍ଧାରଣ ହେଲା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇର ଲଗ୍ନ । ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ମଙ୍ଗଳବାର ଦିନ ଲଗ୍ନ ଧାର୍ଯ୍ୟ ହୋଇଛି । ସକାଳ ୯ଟା ୪୦ ମିନିଟ୍ରୁ ୯ଟା ୫୪ ମିନିଟ୍ ମଧ୍ୟରେ ଶୁଭ ଲଗ୍ନ ନିର୍ଦ୍ଧାରଣ ହୋଇଛି ।

Also Read:- ରସୁଲଗଡ଼ ଫ୍ଲାଏଓଭର ଉପରେ ବାଇକ୍, ତଳକୁ ଖସିପଡ଼ିଲେ ଯୁବକ

ଏହି ସମୟ ଭିତରେ ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମା’ ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି କରାଯିବ । ପରେ ସାରା ପଶ୍ଚିମ ଓଡ଼ିଶାବାସୀ ନବାନ୍ନ ଭକ୍ଷଣ କରିବେ । ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହି ଲଗ୍ନ ନିର୍ଦ୍ଧାରଣ ହୋଇଛି । ବ୍ରହ୍ମପୁରା ମନ୍ଦିର ପରିସରରେ ପଣ୍ଡିତ ମଣ୍ଡଳୀ ବସି ମା’ ସମଲେଶ୍ୱରୀଙ୍କର ରାଶି ନକ୍ଷତ୍ର ଗଣନା କରି ଲଗ୍ନ ଧାର୍ଯ୍ୟ କରିଛନ୍ତି ।

Watch Video: