ମେଷ- କାର୍ଯ୍ୟକ୍ଷେତ୍ରରେ ସତର୍କ ରହିବା ଆବଶ୍ୟକ । ଅଯଥା ଖର୍ଚ୍ଚ ବଢ଼ିପାରେ । ପରିବାରରେ ଛୋଟ ମନୋମାଳିନ୍ୟ ହୋଇପାରେ । ଯାତ୍ରାରେ ବାଧା ଆସିପାରେ । ସ୍ୱାସ୍ଥ୍ୟରେ ଅଳ୍ପ ଅସୁବିଧା ହେବ । ଅପରିଚିତ ଲୋକଙ୍କୁ ଭରସା କରିବେ ନାହିଁ ।

ବୃଷ- ଧନଲାଭର ଯୋଗ ରହିଛି । କାର୍ଯ୍ୟରେ ସଫଳତା ମିଳିବ । ପରିବାରର ସହଯୋଗ ମିଳିବ । ନୂତନ କାମରେ ରୁଚି ବଢ଼ିବ । ମନ ଖୁସି ରହିବ । ପୁରୁଣା ଋଣ ଫେରସ୍ତ ମିଳିପାରେ । ବନ୍ଧୁମାନଙ୍କ ସହ ଭଲ ସମୟ କାଟିବେ ।

ମିଥୁନ- ସକାଳ ପର୍ଯ୍ୟନ୍ତ ଶୁଭ ଫଳ ମିଳିବ । କାର୍ଯ୍ୟରେ ପ୍ରଗତି ହେବ । ପରିବାରରେ ଅସନ୍ତୋଷ ଆସିପାରେ । ଧନ ଖର୍ଚ୍ଚ ବଢ଼ିବ । ଅନାବଶ୍ୟକ ଚିନ୍ତା ହେବ । କାହାକୁ କଥା କହିବା ପୂର୍ବରୁ ଭାବନ୍ତୁ ।

କର୍କଟ- କାମରେ ସଫଳତା ମିଳିବ । ନୂତନ ସୁଯୋଗ ମିଳିପାରେ । ପରିବାରରେ ଖୁସି ରହିବ । ମନ ଶାନ୍ତ ରହିବ। ଆର୍ଥିକ ସ୍ଥିତି ସୁଧାରିବ । ନୂତନ ପରିଚୟ ଲାଭକାରୀ ହେବ ।

ସିଂହ- ମିଶ୍ର ଫଳ ମିଳିବ । କାର୍ଯ୍ୟରେ ବାଧା ଆସିପାରେ । ବଡ଼ମାନଙ୍କ ସହ ମତଭେଦ ହୋଇପାରେ । ଧନ ନେଣଦେଣରେ ସତର୍କ ରହନ୍ତୁ । ସ୍ୱାସ୍ଥ୍ୟ ଦୁର୍ବଳ ରହିପାରେ । କାମରେ ଧୈର୍ଯ୍ୟ ଧରନ୍ତୁ । ଅନାବଶ୍ୟକ ବିବାଦରୁ ଦୂରେଇ ରହନ୍ତୁ ।

କନ୍ୟା- ଘାତ ଚନ୍ଦ୍ର ଥିବାରୁ ସତର୍କ ରହନ୍ତୁ । କାମରେ ବାଧା ଆସିପାରେ । ମନ ଅସ୍ଥିର ରହିପାରେ । ବିବାଦରୁ ଦୂରେଇ ରହନ୍ତୁ । ଯାତ୍ରା ଏଡ଼ାଇବା ଭଲ । ଅପ୍ରତ୍ୟାଶିତ ଖର୍ଚ୍ଚ ବଢ଼ିପାରେ । ଶରୀରରେ କ୍ଲାନ୍ତି ଅନୁଭବ ହେବ ।

ତୁଳା- ଘାତ ବାର ଥିବାରୁ ଦିନଟି ସତର୍କ ରୁହନ୍ତୁ। କାର୍ଯ୍ୟରେ ବିଳମ୍ବ ହେବ । ଧନ ଖର୍ଚ୍ଚ ବଢ଼ିବ । ପରିବାରରେ ଚିନ୍ତା ରହିବ । ସ୍ୱାସ୍ଥ୍ୟ ଧ୍ୟାନ ଦିଅନ୍ତୁ । ବନ୍ଧୁମାନଙ୍କ ସହ ଭୁଲ ବୁଝାମଣା ହୋଇପାରେ । କାମରେ ଅଧିକ ପ୍ରୟାସ ଦେବାକୁ ପଡ଼ିବ ।

ବିଛା- ଭଲ ଫଳ ମିଳିବ । କାର୍ଯ୍ୟରେ ଲାଭ ହେବ । ପରିବାରର ସହଯୋଗ ମିଳିବ । ମନୋବଳ ବଢ଼ିବ । ନୂତନ କାମରେ ସଫଳତା ମିଳିବ । ପ୍ରତିଷ୍ଠା ବଢ଼ିବ । ଆର୍ଥିକ ଲାଭ ହେବ ।

ଧନୁ- ଶୁଭ ଦିନ । କାର୍ଯ୍ୟରେ ପ୍ରଗତି ହେବ । ଧନଲାଭ ହେବ । ପରିବାରରେ ଖୁସି ରହିବ । ମନ ଶାନ୍ତ ରହିବ । ନୂତନ ଯୋଜନା ଆରମ୍ଭ କରିପାରିବେ । ଯାତ୍ରା ସଫଳ ହେବ ।

ମକର- ଭଲ ଫଳ ମିଳିବ । କାର୍ଯ୍ୟରେ ସଫଳତା ଆସିବ । ଧନ ଆଗମନ ହେବ । ବଡ଼ମାନଙ୍କ ସହଯୋଗ ମିଳିବ । ନୂତନ ଯୋଜନା ସଫଳ ହେବ । ସମ୍ମାନ ବଢ଼ିବ । କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିବ ।

କୁମ୍ଭ- ଘାତ ବାର ଥିବାରୁ ସତର୍କ ରହନ୍ତୁ । କାମରେ ବାଧା ଆସିପାରେ । ମନ ଚିନ୍ତାଗ୍ରସ୍ତ ରହିବ । ଧନ ଖର୍ଚ୍ଚ ବଢ଼ିବ । ବିବାଦରୁ ଦୂରେଇ ରହନ୍ତୁ । ଅପରିଚିତ ଲୋକଙ୍କୁ ଏଡ଼ାନ୍ତୁ । ପରିବାରରେ ମନୋମାଳିନ୍ୟ ହୋଇପାରେ ।

ମୀନ- ମିଶ୍ର ଫଳ ମିଳିବ । କାର୍ଯ୍ୟରେ ଅଳ୍ପ ସଫଳତା ଆସିବ । ପରିବାରରେ ସମୟ ଦିଅନ୍ତୁ । ମନ ଅସ୍ଥିର ରହିପାରେ । ସ୍ୱାସ୍ଥ୍ୟ ଧ୍ୟାନ ଦିଅନ୍ତୁ । ଆର୍ଥିକ ଚିନ୍ତା ରହିପାରେ । ପୁରୁଣା କାମ ସମାପ୍ତ କରିବାକୁ ଚେଷ୍ଟା କରନ୍ତୁ ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682