ନୂଆଦିଲ୍ଲୀ ୧୯।୦୮; ଆଜିକାଲି ଯୁବତୀମାନଙ୍କ ମଧ୍ୟରେ, ବିଶେଷକରି ୧୮ ରୁ ୩୫ ବର୍ଷ ବୟସ୍କା ମହିଳାଙ୍କ କ୍ଷେତ୍ରରେ PCOS ଏବଂ PCOD ଏକ ଚିନ୍ତାଜନକ ସମସ୍ୟା ପାଲଟିଛି। ତେବେ ଉଭୟ କ୍ଷେତ୍ରରେ ଅନିୟମିତ ମାସିକ ଋତୁସ୍ରାବ ଏକ ସାଧାରଣ ଲକ୍ଷଣ ହୋଇଥିଲେ ମଧ୍ୟ, ମହିଳାଙ୍କ ମଧ୍ୟରେ PCOS ତୁଳନାରେ PCOD ଅଧିକ ଦେଖିବାକୁ ମିଳେ। ଆସନ୍ତୁ ଜାଣିବା ଏହି ଦୁଇଟି ମଧ୍ୟରେ ଥିବା ମୌଳିକ ପାର୍ଥକ୍ୟ ଏବଂ ଏହାର ପ୍ରତିକାର ସମ୍ପର୍କରେ।

PCOD (ପଲିସିଷ୍ଟିକ୍ ଓଭାରି ଡିସଅର୍ଡର୍)

• ଏହା ଏକ ଚିକିତ୍ସାଗତ ସମସ୍ୟା, ଯେଉଁଥିରେ ଡିମ୍ବାଶୟ (ovaries) ଅପରିପକ୍ୱ କିମ୍ବା ଆଂଶିକ ପରିପକ୍ୱ ଓଭାରିଗୁଡ଼ିକୁ ସମୟ ପୂର୍ବରୁ ଛାଡ଼ିଥାଏ।

• ଏଗୁଡ଼ିକ ପରେ 'ସିଷ୍ଟ' (cysts) ବା ଛୋଟ ଫୋଟକାର ରୂପ ନେଇପାରେ ଏବଂ ଓଭାରିରେ ଆକାରରେ ବଡ଼ ହୋଇଯାଏ। ଶରୀରରେ ଆଣ୍ଡ୍ରୋଜେନ୍ (ପୁରୁଷ ହରମୋନ୍)ର ମାତ୍ରା ଅଧିକ ହେବା ଯୋଗୁଁ ଏହା ହୋଇଥାଏ।

PCOS (ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍)

• ଏହା ଏକ ଅଧିକ ଗୁରୁତର ସ୍ୱାସ୍ଥ୍ୟଗତ ସମସ୍ୟା।

•ଏହା ମୁଖ୍ୟତଃ ମେଟାବୋଲିକ୍ ଏବଂ ହରମୋନ୍ ଜନିତ ଅସନ୍ତୁଳନ ଯୋଗୁଁ ହୋଇଥାଏ। ଯେଉଁ ମହିଳାଙ୍କର ଦୀର୍ଘ ସମୟ ଧରି ମାସିକ ଋତୁସ୍ରାବ ବନ୍ଦ ରହେ, ସେମାନଙ୍କ କ୍ଷେତ୍ରରେ ଏହାର ଆଶଙ୍କା ଅଧିକ ଥାଏ ଏବଂ ଏହା ମେନୋପଜ୍ ପର୍ଯ୍ୟନ୍ତ ରହିପାରେ।

ଉଭୟ ମଧ୍ୟରେ ପ୍ରମୁଖ ପାର୍ଥକ୍ୟ

PCOD-ଏହା ଏକ ସାଧାରଣ ସମସ୍ୟା ଅଟେ। ସୁସ୍ଥ ଖାଦ୍ୟାଭ୍ୟାସ, ଯୋଗ, ବ୍ୟାୟାମ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ।

PCOS- ଏହା ଏକ ଗୁରୁତର ମେଟାବୋଲିକ୍ ସମସ୍ୟା। ଜୀବନଶୈଳୀରେ ପରିବର୍ତ୍ତନ ସହିତ ନିୟମିତ ଔଷଧ ସେବନର ଆବଶ୍ୟକତା ରହିଥାଏ।

ଏହି ସମସ୍ୟାକୁ କିପରି ପ୍ରତିରୋଧ କରିବେ?

ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ମାନସିକ ଚାପ ଏହି ସମସ୍ୟାକୁ ଆହୁରି ବଢ଼ାଉଛି। ତେଣୁ:

• ମାନସିକ ଚାପରୁ ଦୂରେଇ ରୁହନ୍ତୁ ଏବଂ ଖୁସି ରହିବାକୁ ଚେଷ୍ଟା କରନ୍ତୁ।

• ଶରୀରର ଓଜନକୁ ସନ୍ତୁଳିତ ରଖନ୍ତୁ।

• ପୌଷ୍ଟିକ ତଥା ସୁସ୍ଥ ଖାଦ୍ୟାଭ୍ୟାସ ଗ୍ରହଣ କରନ୍ତୁ।

• ନିଜ ଦୈନନ୍ଦିନ ଜୀବନଚର୍ଯ୍ୟାରେ ଯୋଗ ଓ ବ୍ୟାୟାମକୁ ସାମିଲ କରନ୍ତୁ।

ବିଶେଷ ପରାମର୍ଶ: ଯଦି ଆପଣ ଏହିପରି କୌଣସି ଲକ୍ଷଣ ଅନୁଭବ କରୁଛନ୍ତି, ତେବେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ। ତୁରନ୍ତ ଜଣେ ସ୍ତ୍ରୀ-ରୋଗ ବିଶେଷଜ୍ଞ (Gynecologist)ଙ୍କ ପରାମର୍ଶ ନିଅନ୍ତୁ। ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ!