ନୂଆଦିଲ୍ଲୀ-;ଆପଣଙ୍କ ସାଥୀ ଆପଣଙ୍କୁ କେତେ ଭଲପାଆନ୍ତି? ଏହା ଜାଣିବା ପାଇଁ ପ୍ରତିଦିନ ‘I Love You’ ଶୁଣିବା ଦରକାର ନାହିଁ। ନା ଦରକାର ଦାମୀ ଉପହାର, ନା ପ୍ରତିଦିନ ରୋମାଣ୍ଟିକ୍ ଡେଟ୍, ନା ସୋସିଆଲ ମିଡିଆରେ ପ୍ରେମର ପୋଷ୍ଟ।ଭସମ୍ପର୍କରେ ସବୁଠାରୁ ଭଲ ମୁହୂର୍ତ୍ତ ବୋଧହୁଏ କ୍ୟାମେରାରେ କଏଦ ହୁଏନାହିଁ ? ଆଜିକାଲି ସୋସିଆଲ ମିଡିଆରେ ସମ୍ପର୍କର ପ୍ରଦର୍ଶନ ଚାଲିଛି l ସମସ୍ତେ ଛୋଟ ଛୋଟ ରିଲସ କିମ୍ବା ଭିଡିଓ କରି ସାମାଜିକ ଗଣମାଧ୍ୟମରେ ଅପଲୋଡ଼ କରନ୍ତି ଆଉ ନିଜ ସମ୍ପର୍କର ମଧୁର ମୁହୂର୍ତ୍ତକୁ ଭାଇରଲ କରିବାକୁ ଚେଷ୍ଟା କରନ୍ତି l କିନ୍ତୁ ଗୋଟିଏ ମେସେଜ୍ର ରିପ୍ଲାଏ ଡେରି ହେଲେ, ଡେଟ୍ରେ କିଛି ଅଜବ ଘଟିଲେ କିମ୍ବା ସାଥୀ କୌଣସି କଥାରେ ରାଗିଗଲେ ସୋସିଆଲ ମିଡିଆରେ ତୁରନ୍ତ ‘Red Flag’ ଆଲୋଚନା ଆରମ୍ଭ ହୋଇଯାଏ। କିନ୍ତୁ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ସମ୍ପର୍କର ଏହି ମଧୁର ମୁହୂର୍ତ୍ତ କେତେ ସତ କେତେ ମିଛ ତାହା ଆମେ ଜାଣିନଥାଉ lତେବେ ପ୍ରକୃତରେ ଏକ ମଜବୁତ ସମ୍ପର୍କର ଚିହ୍ନ କ’ଣ? କଣ ସୁସ୍ଥ ସମ୍ପର୍କର ୫ଟି ସବୁଜ ସଙ୍କେତ, ଯାହା ହୁଏତ ସୋସିଆଲ ମିଡିଆରେ କେବେ ଭାଇରାଲ ହୁଏ ନାହିଁ, କିନ୍ତୁ ଆପଣଙ୍କ ସମ୍ପର୍କରେ ଥିଲେ ତାହାର ମୂଲ୍ୟ ବହୁତ ବଡ଼।

read also -ଯଦି ତୁମ ଭିତରେ ଝଗଡା ନାହିଁ ତେବେ ତୁମେ ସ୍ୱାମୀ ସ୍ତ୍ରୀ ନୁହେଁ ! ଯୁବ ଦମ୍ପତିଙ୍କୁ ସୁଧା ମୂର୍ତ୍ତିଙ୍କ ପରାମର୍ଶ l

୧. ଭଲ ସମ୍ପର୍କରେ ସାଥୀଙ୍କ ମନର କଥା ବୁଝିବା ପାଇଁ ପ୍ରତ୍ୟେକ ମେସେଜ୍ର ଅର୍ଥ ଖୋଜିବାକୁ ପଡ଼େନି। ସେ ବ୍ୟସ୍ତ ଥିଲେ ମଧ୍ୟ ତାଙ୍କ ଆଚରଣରେ ଏକ ପ୍ରକାର ସ୍ପଷ୍ଟତା ରହିଥାଏ।

୨. ଆପଣଙ୍କ ଛୋଟ ଛୋଟ କଥା ସାଥୀଙ୍କର ମନେ ରହେଆପଣ କେଉଁ ଖାଦ୍ୟ ପସନ୍ଦ କରନ୍ତି, କ’ଣ ଖାଆନ୍ତି ନାହିଁ କିମ୍ବା କିଛି ଦିନ ପୂର୍ବରୁ କହିଥିବା ଛୋଟ କଥା l ସାଥୀ ଯଦି ଏସବୁ ମନେ ରଖନ୍ତି, ତେବେ ଏହା ଦର୍ଶାଇପାରେ ଯେ ସେ ଆପଣଙ୍କ କଥାକୁ ଧ୍ୟାନ ଦେଇ ଶୁଣୁଛନ୍ତି।

୩. ମତଭେଦ ହେଲେ ମଧ୍ୟ ଦୁହେଁ ଶତ୍ରୁ ହୋଇଯାଆନ୍ତି ନାହିଁମତଭେଦ ପ୍ରତ୍ୟେକ ସମ୍ପର୍କରେ ହୋଇପାରେ। କିନ୍ତୁ ଏକ ସୁସ୍ଥ ସମ୍ପର୍କରେ ନିଜ କଥାକୁ ‘ଜିତାଇବା’ ପରିବର୍ତ୍ତେ ପରସ୍ପରକୁ ବୁଝିବା ଓ ସମାଧାନର ବାଟ ଖୋଜିବାର ଚେଷ୍ଟା ରହିଥାଏ।

୪. ଆପଣଙ୍କ ସଫଳତାରେ ସାଥୀ ମଧ୍ୟ ଖୁସି ହୁଅନ୍ତିପଦୋନ୍ନତି ହେଉ କି ଛୋଟ କୌଣସି ସଫଳତା ଆପଣଙ୍କ ଖୁସିରେ ସାଥୀ ଯଦି ପ୍ରକୃତରେ ଖୁସି ହୁଅନ୍ତି, ତେବେ ଏହା ପରସ୍ପର ସମ୍ମାନ ଓ ସମର୍ଥନର ସଙ୍କେତ ହୋଇପାରେ।

୫. କିଛି ନକରି ମଧ୍ୟ ଏକାଠି ରହିବାରେ ଆରାମ ଲାଗେପ୍ରତ୍ୟେକ ଦିନ ଦେଖାହେବାରେ ଦାମୀ ଡିନର୍ କିମ୍ବା ବଡ଼ ଡେଟ୍ ପ୍ଲାନ୍ ଦରକାର ନାହିଁ। କେବେ କେବେ ଦୁଇଜଣ ଚୁପ୍ଚାପ୍ ବସିବା, ଟିଭି ଦେଖିବା କିମ୍ବା ନିଜ ନିଜ କାମ କରିବାରେ ମଧ୍ୟ ଯଦି ସୁବିଧା ଅନୁଭବ କରନ୍ତି, ତେବେ ଏହା ସମ୍ପର୍କରେ ଥିବା ସ୍ୱାଭାବିକତାର ସଙ୍କେତ ହୋଇପାରେ।ସବୁ ସମ୍ପର୍କକୁ ଭାଇରାଲ ହେବା ଦରକାର ନାହିଁ। କିଛି ସମ୍ପର୍କର ସବୁଠୁ ସୁନ୍ଦର ଅଂଶ ଦୁଇଜଣଙ୍କ ମଧ୍ୟରେ ହିଁ ରହିଯାଏ। ଆଉ ବୋଧହୁଏ ସେହି ଛୋଟ, ନିରବ ମୁହୂର୍ତ୍ତଗୁଡ଼ିକ ହିଁ ସମ୍ପର୍କକୁ ସବୁଠୁ ଅଧିକ ଅର୍ଥପୂର୍ଣ୍ଣ କରିଥାଏ।