ଚାନ୍ଦବାଲି୧୮।୩: ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଭିତରେ ହଠାତ୍ ପଶିଲେ । ଚେୟାର ଉପରେ ବସିଥିବା ଅଫିସରଙ୍କୁ ଆଖିବୁଜା ପିଟିଲେ । ପାଖରେ ଥିବା ଲୋକେ ଯେତେ ରୋକିଲେବି ସେ ଅଟକି ନଥିଲେ । ଘୋଷାଡ଼ି ଘୋଷାଡ଼ି ବାହାରକୁ ନେଇଆସିଲେ । ସେଠି ବି ଛାଡ଼ିଲେନି । ଅଧିକାରୀଙ୍କୁ ନିର୍ଧୁମ ଛେଚିଲେ । ତାହା ପୁଣି ଦିନ ଦ୍ବିପ୍ରହରରେ ସମସ୍ତ ସମ୍ମୁଖରେ । ଏମିତି କି କାର୍ଯ୍ୟାଳୟରୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିବା ସହ ବାହାରେ ମାଡ଼ ମାରିବା ଘଟଣା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ସୂଚନ ମିଳିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧିନସ୍ଥ ସାରଣା ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧିନସ୍ଥ ସାରଣା ରାଜସ୍ବ ନୀରିକ୍ଷକ ତାପସ ରଞ୍ଜନ ଜେନା ଅଫିସରେ କାର୍ଯ୍ୟରତ ଥିଲେ । ସେହି ସମୟରେ ଭୂଇଁବୃତ୍ତି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ସର୍ବେଶ୍ୱର ଦାସଙ୍କ ପୁଅ ସୁବାସ ଦାସ ନାମକ ଯୁବକ ଆରଆଇ ଅଫିସକୁ ଯାଇ କିଛି ବେଆଇନ କାର୍ଯ୍ୟ କରିବା ପାଇଁ ଆଇଆଇଙ୍କୁ କହିଥିଲେ l କିନ୍ତୁ ଆରଆଇ ତାପସ ରଞ୍ଜନ ଜେନା ତାଙ୍କୁ ମନା କରି ଦେବାରୁ ସୁବାସ ଦାସ ଅତର୍କିତ ଭାବେ ଆକ୍ରମଣ କରିଥିଲେ l

Also Read:- Matric evalution: ଗୁରୁବାରଠୁ ୫୨ ଟି କେନ୍ଦ୍ରରେ ମୂଲ୍ୟାୟନ, ୧୫ ଦିନରେ ସାରିବାକୁ ଟାର୍ଗେଟ

ଆରଆଇ ତାପସ ରଞ୍ଜନ ଜେନାଙ୍କ ଦେହ ଅସୁସ୍ଥ ହେବାରୁ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି l ନ୍ୟାୟ ପାଇଁ ଆରଆଇ ଚାନ୍ଦବାଲି ଥାନାରେ ଓ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି l ଏହି ଘଟଣାରେ ଚାନ୍ଦବାଲି ତହସିଲଦାର କହିଛନ୍ତି । ଏଭଳି କାଣ୍ଡ ଘଟାଇଥିବା ବ୍ୟକ୍ତି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।