ପିପିଲି ୧୯।୯: ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ । ବଳଙ୍ଗା ଥାନା ଶ୍ରୀରାମବଜାରରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲା ଯୁବକ । ପୂର୍ବ ଶତ୍ରୁତାକୁ କେନ୍ଦ୍ର ମରଣାନ୍ତକ ଆକ୍ରମଣ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କଲା ବଳଙ୍ଗା ପୋଲିସ । ଗୁରୁତର ଅଜୟ ମୁଦୁଲିଙ୍କୁ ସାକ୍ଷୀଗୋପାଳ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କ୍ୟାପିଟାଲ ହସ୍ପିଟାଲକୁ ରେଫର କରାଯାଇଛି ।

Also Read:- ନକଲି ଜମି ମାଲିକ ସାଜି ଜମି ବିକ୍ରି, ମୁଖ୍ୟ ଅଭିଯୁକ୍ତ ଅଭୟ ପଣ୍ଡାଙ୍କୁ ବାନ୍ଧିଲା ପୋଲିସ

ପୁରୀ ଜିଲ୍ଲା ବଳଙ୍ଗା ଥାନା ବୁଢ଼ାକେରା ବ୍ରାହ୍ମଣଖଣ୍ଡି ଭୁତୁପଦା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅଜୟ ମୁଦୁଲି ଏବଂ ପ୍ରକାଶ ମୁଦୁଲିଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ଅଜୟ ମୁଦୁଲି ବୁଢାକେରା ଛକରେ ମାଛ ବିକ୍ରି କରିବାକୁ ଯାଇ ସେଠାରେ ଥିବା ଏକ ଚୋରା ମଦ ଦୋକାନ ନିକଟରେ ଠିଆ ହୋଇଥିବା ବେଳେ ଅଭିଯୁକ୍ତ ପ୍ରକାଶ ଏକ ଭୁଜାଲିରେ ତାଙ୍କ ମୁହଁ ଓ ବେକକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ପୋଲିସକୁ ଖବର ଦେବା ପରେ ବଳଙ୍ଗା ପୋଲିସ ପହଞ୍ଚି ଗୁରୁତର ଅଜୟଙ୍କୁ ସାକ୍ଷୀଗୋପାଳ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପାର୍ବଣ ସମୟରେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଛି ।

Watch Video: