ନୂଆପଡ଼ା ୧୯।୯: ବହୁ ଚର୍ଚ୍ଚିତ ନୂଆପଡ଼ା କୋମନା ମୁଣ୍ଡାପଲା ଜମି ଜାଲିଆତି ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ପୂର୍ବରୁ ଦୁଇ ନକଲି ଜମି ମାଲିକଙ୍କ ସହ ୮ ଜଣଙ୍କୁ ଗିରଫ କରାଯାଇଥିଲା । ଯେଉଁଥିରେ କାରଙ୍ଗାମାଲ ସରପଞ୍ଚ ରାମଲାଲ ପଣ୍ଡା ମଧ୍ୟ ଗିରଫ ହୋଇଥିଲେ । ଶନିବାର ମୁଖ୍ୟ ଅଭିଯୁକ୍ତ ଅଭୟ ପଣ୍ଡାଙ୍କୁ ଗିରଫ କରିଛି କୋମନା ପୋଲିସ । କୋମନା ତହସିଲ ଚାନ୍ଦୋପଳା ସ୍ଥିତ ଜାତୀୟ ରାଜପଥ ୩୫୩ କଡ଼ରେ ଥିବା ୪ ଏକର ୪୦ ଡେସିମିଲ ଜମିକୁ ଚଞ୍ଚକତା କରି ବିକ୍ରି କରିବାରେ ଗିରଫ ଅଭୟ ପଣ୍ଡା ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ସାହାଯ୍ୟ କରିଥିଲେ ।

ଜମି ମାଲିକ ସତ୍ୟନାରାୟଣ ପ୍ରଧାନୀ ଓ ଭଉଣୀ କୁମଦିନ ପ୍ରଧାନୀଙ୍କ ନାମରେ ଥିବା ୪ ଏକର ୪୦ ଡିସମିଲ୍ ଜମିକୁ କୋମନା ନକଲି ଜମି ମାଲିକ ସାଜି ସବ୍ ରେଜିଷ୍ଟ୍ରର ଅଫିସରେ ଜାଲିଆତି କରି ବିକ୍ରି କରିଥିଲେ । ପୂର୍ବରୁ କୋମନା ସବ୍ ରେଜିଷ୍ଟ୍ରର ତଥା ତହସିଲଦାର ସର୍ବେଶ୍ୱର ଜାଲଙ୍କୁ ନିଲମ୍ବନ କରିବା ସହ ଡ଼ିଲିଂ କ୍ଲର୍କ ରାମନାଥ ମିଶ୍ରଙ୍କୁ ନିଲମ୍ବନ କରାଯାଇଥିଲା ।

​​​​​​​

Also Read:- ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ, ବିରୋଧୀଙ୍କ ପ୍ରସଙ୍ଗକୁ ସାମ୍ନା କରିବାକୁ ସରକାର ପ୍ରସ୍ତୁତ

ନକଲି ଆଧାର କାର୍ଡ କେଉଁଠି କରାଯାଇଥିଲା ତାର ତଦନ୍ତ କରିବା ସହ ଆହୁରି ଗିରଫ ସଂଖ୍ୟା ବଢିବ ବୋଲି କୋମନା ଥାନା ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Watch Video: