ଆନନ୍ଦପୁର ୨୯।୦୪ : ବୁଢୀମାଆର ସୁଦ୍ଧିକ୍ରିୟାକୁ ନେଇ ତୁମୁଳକାଣ୍ଡ । ବୁଢୀମାଆର ସୁଦ୍ଧିକ୍ରିୟାକୁ ଯିବାକୁ ମନା କରିବାକୁ ବଡ଼ଭାଇକୁ କୁରାଢୀରେ ହାଣିଲା ସାନଭାଇ । ଗୁରୁତର ଅବସ୍ଥାରେ ବଡ଼ଭାଇ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛି ।

ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା କଣ୍ଟିଗଡିଆ ଗାଁରୁ ଆସିଛି ଅଭାବନୀୟ ଘଟଣା । ଅମର ଜେନା ଶୋଇଥିବା ବେଳେ ସାନ ଭାଇ ଆକାଶ ଆସି ବୁଢିମାର ସୁଦ୍ଧିକ୍ରିୟାକୁ ଯିବାକୁ ବଡଭାଇକୁ ଡାକିଥିଲା। କ୍ଳାନ୍ତି ଯୋଗୁଁ ଅମର ଯିବାକୁ ମନା କରିବାରୁ ଉତ୍କ୍ଷିପ୍ତ ହୋଇ ଆକାଶ ହଠାତ୍ ଆକ୍ରମଣ କରିଥିଲା। ଅମରଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯିବ ବୋଲି ଡାକ୍ତର କହିଛନ୍ତି।

Also Read:-Berhampur Businessman Murder : ଆଉ ଏକ ଅଡିଓ କଲ୍‌, ଟଙ୍କା ଦିଅ ସ୍ୱାମୀକୁ ଆସିକାରୁ ନେଇଯାଅ...