ବ୍ରହ୍ମପୁର ୨୯।୦୪ : ବ୍ରହ୍ମପୁର ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ଘଟଣା । ସାମ୍ନାକୁ ଆସିଛି ପୁଣି ଏକ ଅଡିଓ କଲ୍ । ଯେଉଁଥିରେ ସୁଧୀରଙ୍କ ସ୍ତ୍ରୀ ରଶ୍ମିତା ଏବଂ ଅପହରକାରୀ କଥାବାର୍ତ୍ତା ହେଉଥିବା ଶୁଣିବାକୁ ଲାଗିଛି । ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଏହି ଅଡିଓ ।

ତେବେ ଭାଇରାଲ ହେଉଥିବା ଅଡିଓ କଲରେ ଅପହରଣକାରୀ ସୁଧିରଙ୍କ ସ୍ତ୍ରୀଙ୍କୁ ଧମକାଉଥିବାର ଶୁଣିବାକୁ ମିଳିଛି । ତାଙ୍କର ମତରେ ସୁଧିର ତାଙ୍କୁ କହିଛନ୍ତି ଯେ, ଘରେ ଟଙ୍କା ଅଛି । ତୁମେ ( ରଶ୍ମିତା) ସବୁ ଟଙ୍କା ନେଇକି ଆମ ପାଖକୁ ଆସ । ହେଲେ ରଶ୍ମିତା ଏତେ ଟଙ୍କା ନେଇ ଏକୁଟିଆ ଯିବାକୁ ଟିକିଏ ଅମଙ୍ଗ ରହୁଛନ୍ତି । କିନ୍ତୁ ଅପହରଣକାରୀ ରଶ୍ମିତାଙ୍କୁ ଆସିକା ଆସିବାକୁ ବାଧ୍ୟ କରୁଛନ୍ତି । ଯଦି ତୁମେ ଆସିକା ନ ଆସିବ, ତେବେ ଯାହା ଘଟିବ । ସେଥିପାଇଁ କେହି ଦାୟୀ ହେବନାହିଁ ବୋଲି କହୁଛନ୍ତି ।

ଅନ୍ୟପଟେ ରଶ୍ମିତା ବାରମ୍ବାର ଅପହରଣକାରୀଙ୍କୁ ଅନୁରୋଧ କରୁଛନ୍ତି କି ତୁମେ ଟିକିଏ ପାଖକୁ ଆସ । ମୁଁ ଏକୁଟିଆ ଲୋକ, ଏତେ ବାଟ ଯାଇପାରିବିନି । ତୁମେ ଟିକିଏ ସାହାଯ୍ୟ କର ବୋଲି ରଶ୍ମିତା ନେହୁରା ହେଉଛନ୍ତି । ହେଲେ ଅପହରଣକାରୀ କୌଣସି କଥା ଶୁଣିବାକୁ ନାରାଜ । ଓଲଟା କହୁଛନ୍ତି, ତୁମେ ତମ ଡ୍ରାଇଭରଙ୍କୁ ନେଇକି ଆସ । ଯଦି ଡ୍ରାଇଭର ନାହିଁ, ତେବେ ତୁମେ ସ୍କୁଟି ଚଳାଇକି ଆସ ।

Also Read:-ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର ଶବ ଖୋଳି ଆଣିବା ଘଟଣା, କାରଣ ଜାଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ RDC ତଦନ୍ତ ନିର୍ଦ୍ଦେଶ

ସେହିପରି ଏହି ଅଡ଼ିଓ କ୍ଲିପ ପୂର୍ବରୁ ଆଉ ଏକ କ୍ଲିପ ଭାଇରାଲ ହୋଇଥିଲେ । ଯେଉଁଥିରେ ସୁଧିରଙ୍କୁ ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କା ମିଳିଥିବା ରଶ୍ମିତାଙ୍କୁ କହିଛନ୍ତି ଅଭିଯୁକ୍ତ । ସୁଧିରଙ୍କ ପାଖରେ ବହୁ ପରିମାଣର ଟଙ୍କା ରହିଥିବା କେହି ଜଣେ ଅଭିଯୁକ୍ତଙ୍କୁ ଫୋନ କରି କହିଥିଲେ । ନଗଦ ଏକ କୋଟି ଟଙ୍କା ଧରି ଆସିକା ଆସିବାକୁ ପ୍ରଥମେ ଅଭିଯୁକ୍ତ ମାନେ ରଶ୍ମିତାଙ୍କୁ କହିଥିଲେ । ନିଜ କାରରେ ଏକ କୋଟି ଟଙ୍କା ଧରି ଆସିକା ଆସିବାକୁ କହିଥିଲେ ଅଭିଯୁକ୍ତ ମାନେ । ଏକ କୋଟି ଟଙ୍କା ନାହିଁ ବୋଲି ମନା କରିଥିଲେ ରଶ୍ମିତା । ଏକ କୋଟି ଟଙ୍କା ବଦଳରେ ରଶ୍ମିତା ପିନ୍ଧିଥିବା ୧୦ ତୋଳା ସୁନାକୁ ଅଭିଯୁକ୍ତଙ୍କୁ ଦେବା ପାଇଁ ରାଜି ହୋଇଥିଲେ । କିନ୍ତୁ ଏକ କୋଟି ଟଙ୍କା ଦାବି କରିବା ସହ କିଛି ସମୟ ଧରି ରଶ୍ମିତା ଓ ଅଭିଯୁକ୍ତଙ୍କ ମଧ୍ୟରେ ହୋଇଛି ଯୁକ୍ତିତର୍କ । ସୁଧିର ସବୁ ଟଙ୍କା ବ୍ୟାଙ୍କ ଲକରରେ ରଖିଥିବା ଅଭିଯୁକ୍ତକୁ କହିଥିଲେ ରଶ୍ମିତା। ଏହାକୁ ଅଭିଯୁକ୍ତ ସତ ବୋଲି ଗ୍ରହଣ ନକରିବା ପରେ ରଶ୍ମିତା ଓ ତାଙ୍କ ଝିଅ ଲଗାଇଥିବା ସମସ୍ତ ସୁନାକୁ ଅଭିଯୁକ୍ତଙ୍କୁ ଦେବା ପାଇଁ ରଶ୍ମିତା କହିଥିଲେ। ନିଜେ ପିନ୍ଧିଥିବା ସୁନା ସହ ଘରେ ରଖିଥିବା ସୁନାକୁ ମଧ୍ୟ ସାଙ୍ଗରେ ଧରି ଆସିକା ଆସିବାକୁ କହିଥିଲେ ଅଭିଯୁକ୍ତ। ଆସିକା ପରେ ରଶ୍ମିତାଙ୍କ ପଛେ ପଛେ ଅଭିଯୁକ୍ତଙ୍କ କିଛି ସହଯୋଗୀ ପିଛା କରିବେ। ଯଦି କିଛି ଭୁଲ କିମ୍ବା କେଶ୍ ହେଲା ଭଲ ହେବନି ବୋଲି ଚେତାବନୀ ଦେଇଥିଲେ ଅଭିଯୁକ୍ତ। ଏହାପରେ ରଶ୍ମିତାଙ୍କୁ କାର୍ ନୁହେଁ ବରଂ ବାଇକରେ ଆସିକା ଆସିବାକୁ କହିଥିଲେ ଅଭିଯୁକ୍ତ ମାନେ। ଆସିକା ଆସିବା ମଧ୍ୟରେ ୱାଟସଆପ ନମ୍ବରରେ କଲ କରିବୁ ନେଟ୍ ଅନ୍ କରି ରଖିଥାଅ ବୋଲି ରଶ୍ମିତାଙ୍କୁ କହିଥିଲେ।