ମୁମ୍ବାଇ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ 'ଜେଲର ୨'କୁ ନେଇ ସିନେପ୍ରେମୀଙ୍କ ଉତ୍ସାହ ଏବେ ଆହୁରି ବଢ଼ିଯାଇଛି। ସିନେମା ହଲ୍ରେ ଜବରଦସ୍ତ ସଫଳତା ପରେ ଏବେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଯାଉଛି ଏହି ଆକ୍ସନ୍ ଥ୍ରିଲର୍। ନଭେମ୍ବର ୧୨ରୁ ଆମାଜନ୍ ପ୍ରାଇମ୍ ଭିଡିଓରେ ଦର୍ଶକ ଦେଖିବେ ଏହି ଫିଲ୍ମ ।

 

ନେଲସନ ଦିଲୀପକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଜନୀକାନ୍ତ ପୁଣିଥରେ ଟାଇଗର ମୁଥୁଭେଲ ପାଣ୍ଡିଆନ୍ ଚରିତ୍ରରେ ନଜର ଆସିଛନ୍ତି। ତେବେ ଫିଲ୍ମର ଓଟିଟି ରିଲିଜ୍ ତାରିଖକୁ ନଭେମ୍ବର ୫ରେ ପ୍ରାଇମ୍ ଭିଡିଓ ପକ୍ଷରୁ ଅଧିକାରିକ ଭାବେ ଘୋଷଣା କରାଯାଇଛି।

୫ଟି ଭାଷାରେ ହେବ ରିଲିଜ୍'ଜେଲର ୨' ଭାରତ ସମେତ ବିଶ୍ୱର ୨୪୦ରୁ ଅଧିକ ଦେଶ ଓ ଅଞ୍ଚଳରେ ପ୍ରଦର୍ଶିତ ହେବ। ତାମିଲ, ତେଲୁଗୁ, ହିନ୍ଦୀ, ମାଲାୟଲମ୍ ଓ କନ୍ନଡ଼ ଭାଷାରେ ଏହା ଉପଲବ୍ଧ ହେବ। ଏହାଦ୍ୱାରା ବିଭିନ୍ନ ଭାଷାର ଦର୍ଶକ ନିଜ ପସନ୍ଦର ଭାଷାରେ ଫିଲ୍ମଟି ଦେଖିବାର ସୁଯୋଗ ପାଇବେ। ଖାଲି ସେତିକି ନୁହେଁ ଏହି ଫିଲ୍ମକୁ ନେଇ ସବୁଠାରୁ ଚର୍ଚ୍ଚିତ ବିଷୟ ହେଉଛି ଏହାର ସମ୍ଭାବ୍ୟ ଅନକଟ୍ ଡିଜିଟାଲ୍ ଭର୍ସନ। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ଓଟିଟି ସଂସ୍କରଣରେ ପ୍ରାୟ ୩୦ ମିନିଟ୍ର ଅତିରିକ୍ତ ଦୃଶ୍ୟ ରହିପାରେ।

ଏଥିରେ ମୋହନଲାଲ, ବିଜୟ ସେତୁପତି, ହ୍ରିତିକ ରୋଶନ ଏବଂ ସନ୍ଥାନମଙ୍କ କିଛି ଅତିରିକ୍ତ ଦୃଶ୍ୟ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି। ବିଶେଷକରି ଥିଏଟର ସଂସ୍କରଣରେ ସ୍ଥାନ ପାଇନଥିବା କିଛି ଦୃଶ୍ୟ ଡିଜିଟାଲ୍ ଭର୍ସନରେ ଦେଖିବାକୁ ମିଳିପାରେ ବୋଲି ରିପୋର୍ଟରେ କୁହାଯାଇଛି। କିନ୍ତୁ ଏହି ୩୦ ମିନିଟ୍ର ଅତିରିକ୍ତ ଫୁଟେଜ୍ କିମ୍ବା ଅନକଟ୍ ଭର୍ସନ ସମ୍ପର୍କରେ ନିର୍ମାତା କିମ୍ବା ଓଟିଟି ପ୍ଲାଟଫର୍ମ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ସ୍ପଷ୍ଟୀକରଣ ଦିଆଯାଇନାହିଁ।

also read - yuzvendra chahal: ଗର୍ଭବତୀ ସ୍ତ୍ରୀକୁ ଧୋକା ଦେଇଥିଲେ କି ଚହଲ ? ସାମ୍ନାକୁ ଆସିଲା RJ ମହଭାଶଙ୍କ ଭାଇରାଲ ଭିଡିଓ

ସନ୍ ପିକ୍ଚର୍ସ ବ୍ୟାନରରେ କଳାନିଧି ମାରନ୍ ଏହି ଫିଲ୍ମର ପ୍ରଯୋଜନା ଦାଇତ୍ୱ ସମ୍ଭଳିଥିବା ବେଳେ । ଫିଲ୍ମରେ ରଜନୀକାନ୍ତଙ୍କ ସହ ମୋହନଲାଲ, ହ୍ରିତିକ ରୋଶନ ଓ ବିଜୟ ସେତୁପତିଙ୍କ ବିଶେଷ ଉପସ୍ଥିତି ରହିଛି। ଏହା ବ୍ୟତୀତ ଏସ୍.ଜେ. ସୂର୍ଯ୍ୟା, ଶିବରାଜକୁମାର, ବିଦ୍ୟା ବାଲନ୍, ମିଥୁନ ଚକ୍ରବର୍ତ୍ତୀ, ରମ୍ୟା କୃଷ୍ଣନ୍ ଓ ଯୋଗୀ ବାବୁଙ୍କ ଭଳି କଳାକାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଫିଲ୍ମର ସଙ୍ଗୀତ ଦାଇତ୍ୱ ସମ୍ଭାଳି ଥିଲେ ଅନିରୁଦ୍ଧ ରବିଚନ୍ଦର । ଥିଏଟରରେ ଦର୍ଶକଙ୍କ ଭଲ ପାଇବା ପାଇବା ପରେ ଏବେ ଓଟିଟିରେ 'ଜେଲର ୨' କେତେ ରେକର୍ଡ କରୁଛି, ତାହା ଉପରେ ସମସ୍ତଙ୍କ ନଜର।