ଆନନ୍ଦପୁର ୦୨।୦୬ : ଆମ୍ବ ଖାଇବାକୁ ଗଛରେ ଚଢିଥିଲେ । ଆମ୍ବ ତୋଳୁଥିବା ସମୟରେ ହଠାତ୍‌ ଗଛରୁ ଖସିପଡିଲେ ଯୁବକ । ଗଛ ତଳେ ଥିବା ଘରର ଆଜବେଷ୍ଟ ଭାଙ୍ଗି ପଡିରହିଲେ । କେହି କିଛି ଜାଣିପାରିଲେନି । ୨ ଘଣ୍ଟା କାଳ ଏହିପରି ଭାବରେ ସେ ଘର ଭିତରେ ପଡିରହିଥିଲେ । କୌଣସି କାରଣକୁ ପରିବାରର କେହି ସଦସ୍ୟ ତାଙ୍କୁ ଦେଖିଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । କେନ୍ଦୁଝର ଜିଲ୍ଲା ଘଷିପୁର ଥାନା କେଶଦୂରାପାଳ ଗାଁରୁ ଆସିଛି ଏପରି ଅଭାବନୀୟ ଘଟଣା ।

Also Read:-Balianta Murder Case : ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା, ଆଉ ଜଣେ ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ୍

ଖବର ଅନୁଯାୟୀ, ମୃତକ ରବିନ୍ଦ୍ର ସୂତାର ମଙ୍ଗଳବାର ସକାଳୁ ନିଜ ଭାଇଙ୍କ ସହ କାମକୁ ଯିବା କଥା । ହେଲେ ସେ ଶୌଚ ହେବାକୁ ନଦୀ କୂଳକୁ ଯାଇଥିଲେ । ସେଠାରେ ସେ ଏକ ଆମ୍ବ ଗଛରେ ଚଢି ଆମ୍ବ ତୋଳୁଥିଲେ । ହେଲେ ଏହି ସମୟରେ ରବିନ୍ଦ୍ର ଅସାବଧାନତାରୁ ଗଛରୁ ଖସିପଡିଥିଲେ । ଯାହାଫଳରେ ଗଛ ତଳେ ଥିବା ଘରେ ଆଜବେଷ୍ଟ ଭାଙ୍ଗି ପଡିଯାଇଥିଲେ । ଦୀର୍ଘ ସମୟ ଧରି ସେ ଘର ଭିତରେ ପଡିରହିଥିଲେ । ପ୍ରାୟ ୨ ଘଣ୍ଟା ପରେ ପରିବାର ଲୋକ କୌଣସି ସୁତ୍ରରୁ ଖବର ପାଇ ଖୋଜିବାକୁ ଆସିଥିଲେ । ସେ ଦେଖନ୍ତି ତ, ରବିନ୍ଦ୍ର ସେଠାରେ ଅଚେତ ହୋଇ ପଡିରହିଛନ୍ତି । ଏହାପରେ ପରିବାର ଲୋକ ତୁରନ୍ତ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ରବିନ୍ଦ୍ରଙ୍କ ମୃତ୍ୟୁ ଖବର ପାଇ ପୁରା ପରିବାରରେ ଖେଳିଯାଇଛି ଶୋକର ଛାୟା ।