ଭଦ୍ରକ ୧୨/୧୨: ଭଲ ପାଇଥିଲି ଜୀବନରୁ ଅଧିକା । ଇଚ୍ଛା ଥିଲା ତୋ ସହ ଗଡିବାକୁ ସଂସାର । କାରଣ ତୁ ଥିଲୁ ମୋର ସବୁକିଛି । ତୋ ମୋ ପ୍ରେମକୁ ଦେଖିଥାନ୍ତି ଦୁନିଆ । କାରଣ ଆମ ପ୍ରେମ ହୋଇଥାନ୍ତି ଅମର । ହେଲେ ସବୁକିଛି ସାରିଦେଲୁ । ତୁ ମୋ ସହ କଲୁ ଛଳନା । ଣୋତେ ଧୋକ୍କା ଦେଲୁ । ନା ଆଉ ସହିହେଉନି ଯନ୍ତ୍ରଣା । ଲାଇଭ ଆସି ଜୀବନ ହାରିଦେଲେ ଯୁବତୀ । ସେପଟେ ଝିଅକୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଥାନାରେ ଅଭିଯୋଗ କରିଛନ୍ତି ।

ଆହୁରି ବି ଅଭିଯୋଗ କରିଛନ୍ତି କି, ଏତଲା ପରେ କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ୍ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ଥାନା ଅଧିନ ବୋଡକ ମୁଆଜିବ ଗ୍ରାମରୁ ଆସିଛି ଏମିତି ଅଭିଯୋଗ । ସୁଶାନ୍ତ ଦାସଙ୍କ ଏକମାତ୍ର ଝିଅ ବର୍ଷା ପ୍ରିୟଦର୍ଶିନୀ ଦାସ ନିକଟସ୍ଥ ବୋଡକ ପାଟଣା ଗ୍ରାମର ଜଣେ ଯୁବକଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଶେଷରେ ପରିଣତି ଏପରି ହେଲା ଯେ ପ୍ରଶାନ୍ତର ମାନସିକ ଓ ଶାରୀରିକ ଯନ୍ତ୍ରଣା ସହି ନପାରି ଘର କବାଟ ବନ୍ଦ କରି ପଲଙ୍କ ବାଡ଼ାରେ ଓଢଣୀ ଲଗାଇ ଆତ୍ମହତ୍ୟା କଲେ ଯୁବତୀ ।

ଆଉ ଆତ୍ମହତ୍ୟାର ଲାଇଭ୍ ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ମୃତକଙ୍କ ପରିବାର ଲୋକେ ଆତ୍ମହତ୍ୟା ବେଳର ଭିଡିଓ ସହ ଚାଟର ଫଟୋ ସହ ଆଗରପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ରୁ ନ୍ୟାୟ ପାଇଁ ସାମ୍ନା କୁ ଆସିଛନ୍ତି । ଏବେ କିନ୍ତୁ ପ୍ରଶାନ୍ତ ଫେରାର ଅଛି ସେପଟେ ଏନେଇ ପରିବାର ଲୋକେ ଆଗରପଡ଼ା ଥାନା ସହ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା ଫଳ ଶୂନ l ପ୍ରକୃତରେ ପ୍ରଶାନ୍ତ ମଧ୍ୟ ଅନେକ ଅଶାଳୀନ ଭାଷା ମଧ୍ୟ ବର୍ଷାକୁ ମେସେଜ କରିଥିଲା ସେ ସ୍କ୍ରିନ୍ ସର୍ଟ ମଧ୍ୟ ପୋଲିସ୍ ନିକଟରେ ଦାଖଲ ହୋଇଛି ।