ପଟ୍ଟାମୁଣ୍ଡାଇ ୨୯।୦୯ : ନିଜ ଦେହରେ ନିଜେ ଲଗାଇଲେ ନିଆଁ । ପେଟ୍ରୋଲ ଢାଳି ନିଆଁ ଲଗାଇ ଜଳିଗଲେ ମହିଳା । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା କୋଇଲିପୁର ପଞ୍ଚାୟତ ବାରହାପୁର ଗାଁରେ ଘଟଣା ।

ଖବର ଅନୁଯାୟୀ, ବାରହାପୁର ଗାଁରେ ମହିଳା ଜଣଙ୍କ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି । ଯେଉଁଥିରେ ମହିଳାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡିଯାଇଛି । ମହିଳାଙ୍କୁ ଗୁରୁତର ଭାବେ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମହିଳାଙ୍କ ଅବସ୍ଥା ଏବଂ ସଙ୍କଟାପନ୍ନ ରହିଛି ।

Also Read:-ଦଶମ ଛାତ୍ରୀଙ୍କୁ ପ୍ରପୋଜ୍ କରୁଥିଲେ ଗଣିତ ସାର୍, ପଠାଉଥିଲେ ଖରାପ ମେସେଜ...ଜାଣିଦେଲେ ଦାଦା !

ଅନ୍ୟପଟେ ପରିବାର ଲୋକଙ୍କ ମୁତାବିକ, ପୁଅର ସ୍କୁଲକୁ ୧ଟା ବେଳେ ଯାଇଥିଲେ । ସେଠାରୁ ଆସି ଏପରି ନିଷ୍ପତ୍ତି ନେଇଛନ୍ତି ମହିଳା । ପୁଅ ଆଗରେ ମାଆ ନିଆଁ ଲଗାଇ ଜଳିଯାଇଥିବା ଅନୁମାନ କରାଯାଉଛି । ମାତ୍ର ଘଟଣାରେ ପଛର କାରଣ କଣ ରହିଛି । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ଘରେ କେହି ନଥିବା ବେଳେ ମହିଳା ଜଣଙ୍କ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିବା ସୂଚନା ।