ମୁମ୍ବାଇ : ବଲିଉଡ୍ ଷ୍ଟାର୍ ରଣବୀର କପୁରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ପାପାରାଜିଙ୍କ ସହ ତାଙ୍କର ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି। ଭିଡିଓରେ ରଣବୀର ଜଣେ ପାପାରାଜିଙ୍କ କଥାରେ ଜୋରେ ରାଗିଯାଇଥିବା ନଜର ଆସୁଛନ୍ତି। ଭାଇରାଲ ଭିଡିଓରେ ରଣବୀର ପାପାରାଜିଙ୍କୁ ‘ବହୁତ କହୁଛୁ ତୁ…’ ବୋଲି କହି ଜୋରେ ଚିଲ୍ଲାଇଥିଲେ । ତାଙ୍କର ଏହି ରିଆକ୍ସନ୍କୁ ନେଇ ଏବେ ଇଣ୍ଟରନେଟ୍ରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି।

ଆଗକୁ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଲଭ୍ ଆଣ୍ଡ ୱାର୍’ରେ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଏବଂ ବିକି କୌଶଲ ଏକାଠି ନଜର ଆସିବେ। ଏନେଇ ଫିଲ୍ମରେ ତିନି ଷ୍ଟାରଙ୍କ ଫାର୍ଷ୍ଟ ଲୁକ୍ ପୋଷ୍ଟର ମଧ୍ୟ ସାମ୍ନାକୁ ଆସିଛି। ଏହାପରେ ରଣବୀର, ଆଲିଆ, ବିକି କୌଶଲ ଏବଂ ସଞ୍ଜୟ ଲୀଲା ଭଂସାଲୀ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ଡିନର୍ ପାଇଁ ପହଞ୍ଚିଥିଲେ।ତେବେ ରେଷ୍ଟୁରାଣ୍ଟରୁ ବାହାରିବା ସମୟରେ ଚାରିଜଣଙ୍କୁ ପ୍ୟାପାରାଜି ସ୍ପଟ୍ କରିଥିଲେ। ପ୍ରଥମେ ରଣବୀର, ଆଲିଆ, ବିକି ଏବଂ ଭଂସାଲୀ ଏକାଠି ଠିଆ ହୋଇ ପୋଜ୍ ଦେଇଥିଲେ ଏବଂ ଫଟୋଗ୍ରାଫରମାନେ ଫଟୋ କ୍ଲିକ୍ କରିଥିଲେ। ଏହାପରେ ସମସ୍ତେ ନିଜ ନିଜ କାର୍ ଆଡ଼କୁ ଯାଉଥିବା ବେଳେ ଘଟିଥିଲା ଏକ ଘଟଣା।

ଯେଉଁଥିରେ ରଣବୀର କାର୍ ଆଡ଼କୁ ଯାଉଥିବା ବେଳେ ଜଣେ ପାପାରାଜି ତାଙ୍କୁ ବାରମ୍ବାର ଡାକିବା ସହ ଫୁଟେଜ୍ ଦେବାକୁ କହୁଥିଲେ। ବାରମ୍ବାର ଡାକିବା ପରେ ରଣବୀର କିଛିଟା ରାଗିଯାଇ ପାପାରାଜିଙ୍କୁ ‘ବହୁତ କହୁଛୁ ତୁ…’ ବୋଲି କହିଥିବା ଶୁଣିବାକୁ ମିଳୁଛି। ରଣବୀରଙ୍କ ଏପରି ରିଆକ୍ସନ୍ର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଭିଡିଓର ଏହି ଛୋଟ କ୍ଲିପର ସମ୍ପୂର୍ଣ୍ଣ ପରିସ୍ଥିତି ଜଣାପଡ଼ୁନଥିବାରୁ, କେଉଁ କାରଣରୁ ରଣବୀର ଏଭଳି ପ୍ରତିକ୍ରିୟା ଦେଲେ, ତାହା ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି। ସାଧାରଣତଃ ରଣବୀର କପୁରଙ୍କୁ କ୍ୟାମେରା ସାମ୍ନାରେ ଶାନ୍ତ ଏବଂ କୁଲ୍ ଅନ୍ଦାଜରେ ଦେଖିବାକୁ ମିଳେ। କିନ୍ତୁ ଏହି ଭିଡିଓରେ ତାଙ୍କର ରାଗ ନଜର ଆସିବା ପରେ ଫ୍ୟାନ୍ସଙ୍କ ନଜର ଏବେ ଏହି ଭିଡିଓ କ୍ଲିପ ଉପରେ। ଭିଡିଓଟି କେଉଁ ପରିସ୍ଥିତିରେ ରେକର୍ଡ ହୋଇଥିଲା ଏବଂ ପାପାରାଜିଙ୍କ କେଉଁ କଥାରେ ରଣବୀର ଏଭଳି ପ୍ରତିକ୍ରିୟା ଦେଲେ, ତାହା ନେଇ ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ। ତେଣୁ କେବଳ ଭାଇରାଲ କ୍ଲିପକୁ ନେଇ ଚର୍ଚ୍ଚା କରିବା ଠିକ୍ ନାହିଁ। ରଣବୀରଙ୍କ ଏହି ଅନ୍ଦାଜ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ନୂଆ ବିଷୟ ପାଲଟିଛି।