ୱାଶିଂଟନ: ଆମେରିକାର ବିପୁଳ ଟଙ୍କା ଖର୍ଚ୍ଚ କରି ଷ୍ଟିଲ ପ୍ଲାଣ୍ଟ ବସାଇବା ଭାରତୀୟ କମ୍ପାନୀ ମେସାବି ମେଟାଲିକ୍ସ। ହ୍ୱାଇଟ୍ ହାଉସ୍ରୁ ଏହି ପ୍ରକଳ୍ପ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମେସାବି ମେଟାଲିକ୍ସ ଭାରତୀୟ ବହୁଦେଶୀୟ କମ୍ପାନୀ ଇଏସଏସଏଆର୍ ଗ୍ରୁପ (Essar Group)ମାଲିକାନାରେ ରହିଛି। ଏହି ନିବେଶ ଆମେରିକାର ମେନୁଫେକ୍ଚରିଂ ସେକ୍ଟରେ ବଡ଼ ଯୋଗଦାନ ଦେବ। ଆମେରିକା ଇତିହାସରେ ଏହା ଏକ ବଡ଼ ଷ୍ଟିଲ ପ୍ଲାଣ୍ଟ ହେବ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି।

ଏହି ଘୋଷଣା ସମୟରେ ମେସାବୀ ମେଟାଲିକ୍ସର କାର୍ଯ୍ୟକର୍ତ୍ତମାନେ ମଧ୍ୟ ହ୍ୱାଇଟ୍ ହାଉସ୍ରେ ଉପସ୍ଥିତ ଥିଲେ। ଏସାର ଗ୍ରୁପର ଆମେରିକାର ମୋଟ ୧୮ ବିଲିଅନ ଡଲାର ନିବେଶ କରିବ। ଆଇୱାରେ ଏହି ପ୍ଲାଣ୍ଟ ବସିବ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ କମ୍ପାନୀ ଚେୟାରମେନ ରିୱନ୍ତ ରୁଇଆ ଟ୍ରମ୍ପଙ୍କୁ ଧନ୍ୟବାଦ ଦେଇଛନ୍ତି।

ଆମେରିକାରେ ନିର୍ମାଣର ଗୁରୁତ୍ୱ ଫେରାଇ ଆଣିବା ପାଇଁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ। ଆୟୋୱାରେ ନୂଆ ଇସ୍ପାତ କମ୍ପ୍ଲେକ୍ସ ସହିତ, ଆମେ ସମ୍ପୂର୍ଣ୍ଣ ସମନ୍ୱିତ ଆମେରିକୀୟ ଯୋଗାଣ ଶୃଙ୍ଖଳାକୁ ସମ୍ପୂର୍ଣ୍ଣ କରିବୁ।"

ମିନେସୋଟାରୁ ଆଇଓୱା ଯିବ ଲୁହାପଥର

ମେସାବି ମେଟାଲିକ୍ସର ଯୋଜନା ଅନୁସାରେ, ମିନେସୋଟାର ନାଶୱକ୍ରେ ଥିବା ଲୁହାପଥର ଖଣିରୁ ଆୟରନ୍ ଓର୍ ଉତ୍ତୋଳନ କରାଯିବ। ପରେ ଏହାକୁ ଆଇଓୱାକୁ ନେଇ ସେଠାରେ ଷ୍ଟିଲ୍ ଉତ୍ପାଦନ କରାଯିବ। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ବର୍ଷକୁ ୭୫ ଲକ୍ଷ ଟନ୍ ଷ୍ଟିଲ୍ ଉତ୍ପାଦନ ଲକ୍ଷ୍ୟ ରହିଛି। ପରବର୍ତ୍ତୀ ସମୟରେ ଉତ୍ପାଦନ କ୍ଷମତା ୧ କୋଟି ଟନ୍କୁ ବଢ଼ାଯାଇପାରେ। ୨୦୩୦ରୁ ଏଠାରେ ଷ୍ଟିଲ୍ ଉତ୍ପାଦନ ଆରମ୍ଭ ହେବା ଆଶା କରାଯାଉଛି।

ମିନେସୋଟା ଖଣିରେ ୨.୫ ବିଲିୟନ ଡଲାରରୁ ଅଧିକ ନିବେଶ

ଏହି ପ୍ରକଳ୍ପ ସହ ମେସାବି ମେଟାଲିକ୍ସର ମିନେସୋଟାର ଲୁହାପଥର ଖଣି ମଧ୍ୟ ସିଧାସଳଖ ଭାବେ ଜଡ଼ିତ ରହିବ। କମ୍ପାନୀ ଏହି ଖଣିର ବିକାଶ ପାଇଁ ଏପର୍ଯ୍ୟନ୍ତ ୨.୫ ବିଲିୟନ ଡଲାରରୁ ଅଧିକ ନିବେଶ କରିସାରିଛି। ଟ୍ରମ୍ପ ଏହି ଖଣିକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇ ଏହାକୁ ୫୦ ବର୍ଷରୁ ଅଧିକ ସମୟ ପରେ ଆମେରିକାରେ ହେଉଥିବା ପ୍ରଥମ ନୂଆ ଲୁହାପଥର ଖଣି ବୋଲି କହିଛନ୍ତି।

ମିନେସୋଟାର ମେସାବି ଆୟରନ୍ ରେଞ୍ଜ୍ରେ ଏହି ଖଣି ଅବସ୍ଥିତ। ଏହି ଅଞ୍ଚଳ ୨୦ତମ ଶତାବ୍ଦୀରେ ଆମେରିକାର ମୋଟ ଲୁହାପଥର ଉତ୍ପାଦନର ପ୍ରାୟ ୬୦ ପ୍ରତିଶତ ଯୋଗାଇଥିଲା। ନୂଆ ଖଣିରୁ ବର୍ଷକୁ ପ୍ରାୟ ୭୫ ଲକ୍ଷ ଟନ୍ ଲୁହାପଥର ଉତ୍ପାଦନ ହେବା ସହ ପ୍ରାୟ ୩୫୦ଟି ଚାକିରି ସୃଷ୍ଟି ହେବା ଆଶା ରହିଛି।

ସୃଷ୍ଟି ହେବ ହଜାର ହଜାର ଚାକିରି

ଆଇଓୱାରେ ଥିବା ଷ୍ଟିଲ୍ ପ୍ଲାଣ୍ଟ ଚାଲୁ ହେବା ପରେ ଅତି କମ୍ରେ ୧,୭୫୦ଟି ସ୍ଥାୟୀ ଚାକିରି ସୃଷ୍ଟି ହେବ ବୋଲି ହ୍ୱାଇଟ୍ ହାଉସ୍ ଆକଳନ କରିଛି। ନିର୍ମାଣର ପ୍ରଥମ ପର୍ଯ୍ୟାୟରେ ଆଉ ୫,୦୦୦ରୁ ୬,୦୦୦ ଲୋକଙ୍କୁ ନିର୍ମାଣ କାମରେ ନିଯୁକ୍ତି ମିଳିପାରେ। ହ୍ୱାଇଟ୍ ହାଉସ୍ର ଆକଳନ ଅନୁସାରେ, ନିର୍ମାଣ ପର୍ଯ୍ୟାୟ ଏବଂ ପ୍ରଥମ ୧୦ ବର୍ଷର ପରିଚାଳନା ସମୟରେ ଏହି ପ୍ରକଳ୍ପ ଆମେରିକାର ଅର୍ଥନୀତିରେ ପ୍ରାୟ ୯୫ ବିଲିୟନ ଡଲାରର ପ୍ରଭାବ ପକାଇପାରେ।