ଭୁବନେଶ୍ବର ୨୮।୯: MMDRକୁ ନେଇ ଗର୍ଜିଲା ବିଜେଡି । ଲୋୟର ପିଏମଜିରେ ବିଶାଳ ଗଣବିକ୍ଷୋଭ ସହ ବିଧାନସଭା ଘେରାଉ କରୁଛି BJD । ବିଧାନସଭା ସମ୍ମୁଖରେ ଆଦିବାସୀଙ୍କ ମେଳି । MMDRକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ । ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଆଦିବାସୀ ନୃତ୍ୟକରି ବିକ୍ଷୋଭ ପ୍ରଦର୍ଶନ । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ବିଜେଡି ନେତ୍ରୀ ସୁଜାତା ରାଉତ ଏଥିରେ ଯୋଗଦେଇଛନ୍ତି । MMDR ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ପ୍ରତି ଜିଲ୍ଲାକୁ ବ୍ୟାପିବ ବୋଲି ବିଜେଡି କହିଛି ।

MMDRକୁ BJP ବିରୋଧରେ ଗର୍ଜିଲେ ସୁଜାତା । ଓଡ଼ିଶା ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ବିଜେପି ସରକାର । ସୁଜାତା କହିଛନ୍ତି, ମା' ଲକ୍ଷ୍ମୀକୁ ଘର ଦୁଆରୁ ଫେରାଇ ଦେଲେ ବିଜେପି ନେତା ।