ଭୁବନେଶ୍ବର ୨୮।୯: MMDRକୁ ନେଇ ଗର୍ଜିଲା ବିଜେଡି । ଲୋୟର ପିଏମଜିରେ ବିଶାଳ ଗଣବିକ୍ଷୋଭ ସହ ବିଧାନସଭା ଘେରାଉ କରୁଛି BJD । ବିଧାନସଭା ସମ୍ମୁଖରେ ଆଦିବାସୀଙ୍କ ମେଳି । MMDRକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ । ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଆଦିବାସୀ ନୃତ୍ୟକରି ବିକ୍ଷୋଭ ପ୍ରଦର୍ଶନ । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ବିଜେଡି ନେତ୍ରୀ ସୁଜାତା ରାଉତ ଏଥିରେ ଯୋଗଦେଇଛନ୍ତି । MMDR ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ପ୍ରତି ଜିଲ୍ଲାକୁ ବ୍ୟାପିବ ବୋଲି ବିଜେଡି କହିଛି ।

MMDRକୁ BJP ବିରୋଧରେ ଗର୍ଜିଲେ ସୁଜାତା । ଓଡ଼ିଶା ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ବିଜେପି ସରକାର । ସୁଜାତା କହିଛନ୍ତି, ମା' ଲକ୍ଷ୍ମୀକୁ ଘର ଦୁଆରୁ ଫେରାଇ ଦେଲେ ବିଜେପି ନେତା ।

MMDR ଆଇନ ସଂଶୋଧନ ପ୍ରସଙ୍ଗରେ ଗୃହ ଭିତରେ ଏବଂ ବାହାରେ ବିରୋଧୀ ବିଜେଡି ଓ କଂଗ୍ରେସର ଜୋରଦାର ପ୍ରତିବାଦ । ଗୃହ ଭିତରେ ବିଜେଡି ଓ କଂଗ୍ରେସ ସଦସ୍ୟ ମାନେ ଜୋରଦାର ନାରାବାଜି କରିବା ସହିତ ପୋଷ୍ଟର, ବ୍ୟାନର ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିଯୋଗୁଁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଛି । ଆଜି ପ୍ରଶ୍ନକାଳ ଚାଲିପାରିନଥିଲା । ସେହିପରି ଶୂନ୍ୟକାଳରେ ମଧ୍ୟ ବିରୋଧୀ ସଦସ୍ୟ ମାନେ ଜୋରଦାର ନାରାବାଜି କରିଛନ୍ତି ।

Also Read:- ଖାଦ୍ୟ ଅପମିଶ୍ରଣକାରୀଙ୍କ ଉପରେ କଡ଼ା ଆକ୍ସନ, ୨ ବର୍ଷରେ ୯୫.୯୧ ଲକ୍ଷ ଜରିମାନା ଆଦାୟ

ସେପଟେ ବିଧାନସଭା ବାହାରେ ବିଜେଡି ସଦସ୍ୟ ମାନେ ନାରାବାଜି କରିବା ସହିତ ଜୋରଦାର ପ୍ରତିବାଦ କରିଛନ୍ତି । ବିଜେଡି ବିଧାୟକ ମାନେ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ପ୍ରତିବାଦରେ ସାମିଲ ହୋଇଛନ୍ତି । ଲୋୟର ପିଏମଜିରେ ବିଶାଳ ଗଣବିକ୍ଷୋଭ କରିବା ସହ ବିଧାନସଭା ଘେରାଉ କରୁଛି ବିଜେଡି । ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ପ୍ରତି ଜିଲ୍ଲାକୁ ବ୍ୟାପିବ ବୋଲି ବିଜେଡି କହିଛି । ବିଜେଡିର ବିଧାନସଭା ଘେରାଉ କରିବାକୁ ଥିବାରୁ ଭୁବନେଶ୍ବର ଡିସିପି ବିଧାନସଭା ଆଗରେ ସ୍ଥିତି ସମୀକ୍ଷା କରିଛନ୍ତି ।

Watch Video: