ସିନ୍ଧେକେଲା, ୨/୦୯ :ଟିଟିଲାଗଡ଼ ବ୍ଳକ ସିନ୍ଧେକେଲା ଥାନା କୁସକେଲା ପଞ୍ଚାୟତ ଲିମପଡା ସ୍କୁଲର ମାଟ୍ରିକ୍ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଗଣିତ ଶିକ୍ଷକ ଗିରଫ ହୋଇଛନ୍ତି। ଶିକ୍ଷକ ଜଣକ ହେଲେ ଟେକର ସିଂ ମାଝି (୩୦) ।

ସୂଚନା ଅନୁସାରେ ଲିମପଡ଼ା ସ୍କୁଲରେ ମାଟ୍ରିକରେ ପଢୁଥିବା ନାବାଳିକା ଛାତ୍ରୀଙ୍କୁ ପ୍ରେମ ନିବେଦନ ଓ ଅଶ୍ଳୀଳ ମେସେଜ କରୁଥିଲେ ଶିକ୍ଷକ। ଝିଅଙ୍କ ପରିବାର ବାପା-ମା ତାମିଲନାଡୁ ରାଜ୍ୟରେ ଦାଦନ ଖଟିବାକୁ ଯାଇଛନ୍ତି। ଝିଅ ନିଜ ବୁଢ଼ା ଦାଦା ଓ ବୁଢ଼ି ନାନୀଙ୍କ ସହିତ ଘରେ ରହୁଥିଲେ। ଏହାର ସୁଯୋଗ ଦେଖି ଶିକ୍ଷକ ପ୍ରେମ ନିବେଦନ କରି ଝିଅଙ୍କ ଫୋନରେ ଅଶ୍ଳୀଳ ମେସେଜ କରୁଥିଲା।

ଝିଅଙ୍କ କାକା ସମସ୍ତ ଘଟଣା ଜାଣି ଶିକ୍ଷକଙ୍କୁ ତାଗିଦ କରିଥିଲେ । ବାରମ୍ବାର ତାଗିତ ପରେ ମଧ୍ୟ ଶିକ୍ଷକ ଜଣକ ସୁଧୁରି ନଥିଲେ। ତେଣୁ ବାଧ୍ୟ ହୋଇ ଝିଅଙ୍କ କାକା ଓ କିଛି ଯୁବକ ସ୍କୁଲରେ ପହଞ୍ଚି ଶିକ୍ଷକଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ। ସିନ୍ଧେକେଲା ପୁଲିସ କୌଣସି ସୂତ୍ରରୁ ଖବରପାଇ ସ୍କୁଲରେ ପହଞ୍ଚି ଶିକ୍ଷକଙ୍କୁ ସ୍କୁଲରୁ ଉଦ୍ଧାରକରି ଥାନାକୁ ଆଣି ଘଟଣାର ଅଧୂକ ତଦନ୍ତ କରିଛି।

Also Read :- ମାଡ଼ି ଆସିବ ମହାନଦୀ ପାଣି ! ରୁହନ୍ତୁ ସତର୍କ, ଏହି ସବୁ ଜିଲ୍ଲାବାସୀ ସାବଧାନ

ଝିଅଙ୍କ ପରିବାର ପକ୍ଷରୁ ଝିଅଙ୍କ କାକା ଲିଖିତ ଅଭିଯୋଗ କରିଥିବା ବେଳେ ଶିକ୍ଷକଙ୍କୁ ଡାକ୍ତରି ମାଇନା କଲାପରେ ଆଇନ ଅନୁସାରେ ବିଚାର ବିଭାଗୀୟ ହାଜତକୁ ପଠାଯିବ ବୋଲି ପୁଲିସ କହିଛି ।