ଭୁବନେଶ୍ୱର ୨୮।୦୯ : କୁଆଡେ ଗଲେ ୩ ନାବାଳକ । ଘରୁ ଟିଉସନ୍ ଯାଇ ତିନି ନାବାଳକ ନିଖୋଜ ଘଟଣାକୁ ବିତିଲାଣି ଦୁଇ ଦିନ । ତଥାପି ଏବେ ଯାଏଁ ମିଳିନି କୌଣସି ନାବାଳକଙ୍କ ପତ୍ତା । ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ପରେ ପୋଲିସ ଆରମ୍ଭ କରିଛି ଛାନ୍‌ ।

ଖବର ଅନୁଯାୟୀ, ତିନି ଜଣ ନାବାଳକ ଟିଉସନ ଯାଇଥିଲା । ତାପରେ ଆଉ ଘରକୁ ଫେରିନଥିଲା । ଏହି ଘଟଣାକୁ ବିତିଗଲାଣି ଦୁଇ ଦିନ । ପରିବାର ଲୋକ ବହୁ ଖୋଜାଖୋଜି ପରେ ବି ନାବାଳକଙ୍କ କୌଣସି ପତ୍ତା ମିଳିନଥିଲା । ନାବାଳକ ସନ୍ତୋଷ ମହାନ୍ତି, ସୋମନାଥ ବେହେରା, ବିସ୍ମୟ ସ୍ୱାଇଁ ନିଖୋଜ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଛାନ୍ଭିନ୍ ଆରମ୍ଭ କରିଥିଲେ ବି ନାବାଳକଙ୍କର କୌଣସି ପତ୍ତା ମିଳିନାହିଁ । ଡିସିପି ୩ଟି ଟିମ୍ ଗଠନ କରି ଛାନ୍ଭିନ୍ ଆରମ୍ଭ କରିଛନ୍ତି । ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଜରିଆରେ ଚାଲିଛି ସର୍ଚ୍ଚ ଅପରେସନ । ରେଲଓ୍ୱେ ଷ୍ଟେସନ୍, ଚନ୍ଦ୍ରଶେଖପୁର ଏବଂ ପଥରଗାଡ଼ିଆ ଅଞ୍ଚଳରେ ପୋଲିସ ଛାନ୍ଭିନ୍ ଜାରି ରଖିଛି ।

Also Read:-ମୋବାଇଲରେ କଏଦ ହେଲା ଭିଡିଓ, ଖୁଟବନ ଭେରା ଅଞ୍ଚଳରେ ବୁଲୁଛି ବାଘ

ସେହିପରି ସୋମବାର ସକାଳ ସକମୟରେ ବାପା-ମାଆଙ୍କ ସମେତ ସୀତାନାଥ ଓ ଆଦର୍ଶ ବସ୍ତି ଅଞ୍ଚଳର ଲୋକେ ଖୋଜାଖୋଜି ଆରମ୍ଭ କରିଛନ୍ତି । ନାବାଳକମାନେ ବ୍ୟବହାର କରୁଥିବା ମୋବାଇଲକୁ ରାତିତମାମ ଖୋଜୁଛି ପୋଲିସ । ତିନି ଜଣ ନାବାଳକଙ୍କୁ ଖୋଜିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ।