ନୂଆଦିଲ୍ଲୀ: ଚଳିତବର୍ଷ ରକ୍ଷାବନ୍ଧନ ମହାପର୍ବ ଅଗଷ୍ଟ ୨୮ ତାରିଖ ଦିନ ଅତ୍ୟନ୍ତ ଶୁଭ ସଂଯୋଗରେ ପାଳିତ ହେବ। ଏଥର ପୂର୍ଣ୍ଣିମା ତିଥି ସୂର୍ଯ୍ୟୋଦୟରୁ ପୂର୍ବାହ୍ନ ୯ଟା ବାଜି ୪୮ ମିନିଟ୍ ପର୍ଯ୍ୟନ୍ତ ରହିବ। ଉଦୟବ୍ୟାପିନୀ ପୂର୍ଣ୍ଣିମା ସମ୍ପୂର୍ଣ୍ଣ ଭଦ୍ରା ରହିତ। ଏଣୁ ସୂର୍ଯ୍ୟୋଦୟରୁ ଦିନତମାମ ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ପାରିବେ। ତେବେ ସକାଳ ସାଢେ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାହୁକାଳ ରହିବ। ଏଣୁ ଏହି ସମୟରେ ରକ୍ଷାବନ୍ଧନ ହୋଇ ପାରିବ ନାହିଁ।

Alsoread: ଏଥର ରକ୍ଷାବନ୍ଧନରେ ରାଶି ଅନୁସାରେ ବାଛନ୍ତୁ ଭାଇଙ୍କ ଲାଗି ରାକ୍ଷୀର ରଙ୍ଗ, ଖୋଲିଦେବ ଭାଗ୍ୟର ଦ୍ୱାର

ଜ୍ୟୋତିଷାଚାର୍ଯ୍ୟଙ୍କଅନୁସାରେ ସନାତନ ଧର୍ମରେ ଶ୍ରାବଣୀ ଉପାକର୍ମର ବିଶେଷ ଗୁରୁତ୍ୱ ରହିଛି। ପୂର୍ଣ୍ଣିମା ତିଥିରେ ଋଷି ତର୍ପଣ, ନୂଆ ଉପବିତ ଧାରଣ ଓ ରକ୍ଷା ପ୍ରତିଷ୍ଠା ପାଇଁ ସୂର୍ଯ୍ୟୋଦୟରୁ ପୂର୍ବାହ୍ନ ୯ଟା ୪୮ ମିନିଟ୍ ପର୍ଯ୍ୟନ୍ତ ପ୍ରକୃଷ୍ଠ ସମୟ। ଏହି ସମୟରେ ମହାସଂକଳ୍ପ, ଗଣେଶ ପୂଜନ ଓ ଅରୁନ୍ଧତୀ ସହିତ ସପ୍ତଋଷି ପୂଜନ ପରେ ବିଦ୍ଧିବତ ପ୍ରତିଷ୍ଠାପିତ ଉପବିତ ଧାରଣ କରାଯାଇ ପାରିବ। ଶ୍ରାବଣ ପୂର୍ଣ୍ଣିମା ବିଶ୍ୱ ସଂସ୍କୃତ ଦିବସ ଭାବେ ମଧ୍ୟ ପାଳିତ ହେଉଛି। ଏହା ଛଡା ଅଗଷ୍ଟ ୨୮ ତାରିଖରେ ଚନ୍ଦ୍ର ଗ୍ରହଣ ମଧ୍ୟ ଲାଗୁଛି। ତେବେ ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେଉ ନଥିବାରୁ ପାଳନୀୟ ନୁହେଁ।

Also read:ବର୍ଷର ଦ୍ୱିତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ କେବେ, ଜାଣନ୍ତୁ ଭାରତରେ ଦେଖାଯିବ କି ନା, ରକ୍ଷା ବନ୍ଧନ ଉପରେ ପଡିବ କି ପ୍ରଭାବ?