ମହାରାଷ୍ଟ୍ରର ବରିଷ୍ଠ ରାଜନେତା ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଥରେ ବିଗିଡ଼ିଲା । ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲକୁ ନିଆଯାଇଥିବା କଥା ସୁପ୍ରିୟା ସୁଲେ ସେୟାର କରିଛନ୍ତି। ଆଜି, ଅର୍ଥାତ୍ ବୁଧବାର ଦିନ ମାତ୍ର କିଛି ଘଣ୍ଟା ପୂର୍ବରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ମୁଖ୍ୟ ଶରଦ ପାୱାରଙ୍କୁ ସୋମବାର ଦିନ ଛାତିରେ ଯନ୍ତ୍ରଣା ହେବା ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶରଦ ପାୱାରଙ୍କ ଝିଅ ତଥା ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷା ସୁପ୍ରିୟା ସୁଲେ ଏହି ସୂଚନା ଦେଇଥିଲେ। ସେ କହିଥିଲେ ଯେ କାଶ ହେବା ପରେ ୮୫ ବର୍ଷୀୟ ନେତାଙ୍କୁ ରୁବି ହଲ୍ କ୍ଲିନିକରେ ଭର୍ତ୍ତି କରାଯାଇଥିଲା।

ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇ ରୁବି ହଲ୍ ହସ୍ପିଟାଲର ହୃଦରୋଗ ବିଶେଷଜ୍ଞ ଡାକ୍ତର ପରଭେଜ୍ କେ. ଗ୍ରାଣ୍ଟ କହିଛନ୍ତି ଯେ, ଶରଦ ପୱାରଙ୍କୁ ପ୍ଲୁରିଟିକ୍ ପେନ୍ ଅର୍ଥାତ ଶ୍ୱାସ ଜନିତ ଛାତି ବଥା ହେଉଛି । ଏହି ଯନ୍ତ୍ରଣା ସାଧାରଣତଃ ନିଶ୍ୱାସ ନେବା କିମ୍ବା ଛିଙ୍କିବା ପରେ ବଢିଯାଇଥାଏ। କିନ୍ତୁ ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ତାଙ୍କ ସମର୍ଥକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା। କିନ୍ତୁ ନିକଟରେ ସୁପ୍ରିୟା ସୁଲେ ପୁଣିଥରେ ସୂଚନା ଦେଇଛନ୍ତି ଯେ ଆଗାମୀ ଯାଞ୍ଚ ପାଇଁ ପାୱାରଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ ନିଆଯାଉଛି।

ALSO READ- ଆନ୍ଧ୍ରରେ କାଲି ପଞ୍ଚାୟତ ନିର୍ବାଚନ, ଷଡ଼ଯନ୍ତ୍ରକୁ ପଣ୍ଡ କରିବା ପାଇଁ ପ୍ରସ୍ତୁତ କୋରାପୁଟ ପୋଲିସ ଓ ଜିଲ୍ଲା ପ୍ରଶାସନ

ଶରଦ ପାୱାର ,ବୁଧବାର ମେଡିକାଲରୁ ଡିସ୍ଚାର୍ଜ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ ଯୋଗେ କଥା ହୋଇ ସ୍ଵାସ୍ତ୍ୟ ଅବସ୍ଥା କିପରି ଅଛି ପଚାରି ବୁଝିଛନ୍ତି । ପାୱାରଙ୍କ ସହଯୋଗୀ ବିଠଲ୍ ମନିୟାର ଜଣାଇଛନ୍ତି ଯେ ପ୍ରଧାନମନ୍ତ୍ରୀ, ପାୱାରଙ୍କୁ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଛନ୍ତି। ମନିୟାର ସାମ୍ବାଦିକମାନଙ୍କୁ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ପାୱାର ସାହେବଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ସେ ଅତ୍ୟନ୍ତ ଆନ୍ତରିକତାର ସହ ତାଙ୍କ ସହ କଥା ହେଲେ ଏବଂ ବିଶ୍ରାମ ନେବାକୁ ପରାମର୍ଶ ଦେଲେ। ମୋଦୀ ତାଙ୍କୁ କହିଥିଲେ ଯେ ସୁପ୍ରିୟା (ସୁଲେ) ଏବେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି ଏବଂ ସେ ଓ ଅନ୍ୟମାନେ ଦେଶ ପାଇଁ କାମ କରିପାରିବେ, ତେଣୁ ପାୱାର ସାହେବଙ୍କୁ ଏବେ ବିଶ୍ରାମ ନେବା ଉଚିତ୍।" ସେ କହିଛନ୍ତି ଯେ ପାୱାର ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।