ପଟ୍ଟାମୁଣ୍ଡାଇ ୮।୧୦: ମଦୁଆ ସ୍ବାମୀକୁ ମାରିଦେଲି । ମଦ୍ୟପାନ କରି ବିଳମ୍ବିତ ରାତିରେ ଘରକୁ ଫେରିବା ପରେ ସ୍ତ୍ରୀ ଓ ପିଲାଙ୍କ ସହ ସବୁବେଳେ ଝଗଡ଼ା କରୁଥିଲେ । ଆଉ କେତେ ସହିଥାନ୍ତୁ । ହୋଟେଲରେ ବାସନ ମାଜି, ପିଲା ଦୁଇଟାକୁ ଚଳାଉଥିଲି । ମଦ୍ୟପ ସ୍ବାମୀର ନିର୍ଯାତନା ଆଉ କେତେ ସହିଥାନ୍ତି । ତେଣୁ ଗତ ରାତିରେ ନିଶାସକ୍ତ ଅବସ୍ଥାରେ ସ୍ବାମୀ ଶୋଇଥିବା ବେଳେ ତାଙ୍କ ତଣ୍ଟି ଉପରେ ଚଢ଼ି ତାଙ୍କୁ ମାରିଦେଲି । ପୋଲିସ ଆଗରେ ଏଭଳି ସ୍ବୀକାର କରିଛନ୍ତି ସ୍ବାମୀ ହତ୍ୟା ଅଭିଯୁକ୍ତ ସ୍ତ୍ରୀ ।

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ମାଳପାଟଣା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ମାଳପାଟଣା ଗାଁର ନିରଞ୍ଜନ ସାହୁ । ନିରଞ୍ଜନ ବୁଧବାର ବିଳମ୍ବିତ ରାତିରେ ମଦ୍ୟପାନ କରି ଘରକୁ ଫେରି ସ୍ତ୍ରୀ ଓ ପିଲାଙ୍କ ସହ ଝଗଡା କରିଥିଲେ l ଝଗଡା ପରେ ନିରଞ୍ଜନ ଶୋଇ ପଡିବା ପରେ ସ୍ତ୍ରୀ ମନୋରମା ତାଙ୍କ ତଣ୍ଟି ଉପରେ ଚଢି ତାଙ୍କୁ ହତ୍ୟା କରିଥିଲେ l ଏହି ହତ୍ୟାକାଣ୍ଡରେ ମନୋରମାଙ୍କ ପୁଅ ଓ ନାବାଳିକା ଝିଅ ସହଯୋଗ କରିଥିବା ନେଇ ମନୋରମା କହିଛନ୍ତି l

Also Read:- ଓଡ଼ିଶା ପାଇଁ ଗୌରବ, ‘ପ୍ରାଇଡ୍ ମିସ୍ ଇଣ୍ଡିଆ ୨୦୨୬’ ହେଲେ SCB ଛାତ୍ରୀ ଶ୍ରୀୟା

ଗୁରୁବାର ସକାଳେ ନିରଞ୍ଜନଙ୍କ ମୃତଦେହ ଘର ବାହାରେ ପଡ଼ିଥିବା ଦେଖି ପଡୋଶୀ ଆଳି ପୋଲିସକୁ ଖବର ଦେଇଥିଲେ l ଆଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟିଫିକ୍ ଟିମ୍ର ସହାୟତାରେ ତଦନ୍ତ କରିଛନ୍ତି l ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି l ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଆଳି ଅଞ୍ଚଳରେ ଛାଞ୍ଚଲ୍ୟ ଖେଳିଯାଇଛି l

Watch Video: